News7 Logo

ଘୂର୍ଣ୍ଣିବଳୟ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

NEWS7
Weather_1

ଭୁବନେଶ୍ୱର ୧୧।୦୯ : ଦକ୍ଷିଣ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପାଣିପାଗବିଭାଗ ଏଭଳି ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶା  ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ  ସ୍ଥାନରେ ବର୍ଷା ହେବ ।

୧୨ ତାରିଖରେ ନବରଙ୍ଗପୁରନୂଆପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ, ଆଭ୍ୟନ୍ତରୀଣ ଓ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୩ ଓ ୧୪ ତାରିଖରେ ଉତ୍ତର ଓଡ଼ିଶା ଓ  ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।