OMG-3 ; ପ୍ରଥମ ଥର ଏକାଠି କାମ କରିବେ ଅକ୍ଷୟ-ରାଣୀ, ସିଲଭର ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ଫ୍ରେଶ୍ ଯୋଡି

NEWS7
health-ministry-had-to-give-clarification-why-pms-photo-removed-from-cowin-certificate

ମୁମ୍ଵାଇ ୦୫।୦୧; ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ତାଙ୍କ ଫିଲ୍ମ "ଓଃ ମାଇ ଗଡ୍"ର ପରବର୍ତ୍ତୀ ପାର୍ଟକୁ ନେଇ ଚର୍ଚ୍ଚାରେ ଅଛି। "ଓଏମ୍ ଜି" ଏବଂ "ଓଏମ୍ ଜି 2" ପରେ, ଦର୍ଶକମାନେ ବହୁତ ଦିନ ଧରି "ଓଏମ୍ ଜି 3" କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ଏହି ଫିଲ୍ମକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ନିର୍ମାତା "ଓଏମ୍ ଜି 3" ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ୯୦ ଦଶକର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ କାଷ୍ଟ କରିବା ପାଇଁ ପ୍ଲାନିଂ କରୁଛନ୍ତି ।

"ଓଏମ୍ ଜି 3" ରେ ରାଣୀଙ୍କ ଏଣ୍ଟ୍ରି

ସୂତ୍ର ଅନୁଯାୟୀ, ଅକ୍ଷୟ କୁମାର ଅପକମିଂ ଫିଲ୍ମ "ଓହ ମାଇ ଗଡ୍ 3" ରେ ରାଣୀ ମୁଖାର୍ଜୀଙ୍କୁ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଦୁଇଟି ଫିଲ୍ମର ସଫଳତା ପରେ, ନିର୍ମାତାମାନେ ତୃତୀୟ ଭାଗକୁ ଆହୁରି ବଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ମାତା ଅନୁଭବ କରୁଛନ୍ତି ଯେ ଅକ୍ଷୟ କୁମାରଙ୍କ ବିପକ୍ଷରେ ରାଣୀ ମୁଖାର୍ଜୀଙ୍କୁ କାଷ୍ଟ କରିବା ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ହେବ। ଏହା ସହ 'ଓଏମ୍ ଜି 3' ପାଇଁ ରାଣୀ ମୁଖାର୍ଜୀ ପରଫେକ୍ଟ ମ୍ୟାଚ୍ ହେବେ।

କହିବାକୁ ଗଲେ ଏହା ପ୍ରଥମ ଥର ଅକ୍ଷୟ କୁମାର ଏବଂ ରାଣୀ ମୁଖାର୍ଜୀ ବଡ଼ ପରଦାରେ ସ୍କ୍ରିନ୍ ସେୟାର କରିବେ । ତାହା ପୁଣି 'ଓଃ ମାଇ ଗଡ୍ 3'ରେ ନଜର ଆସିବେ। 'ଓଏମ୍ ଜି ୨'ରେ ଅକ୍ଷୟ କୁମାରଙ୍କ ସହିତ ପଙ୍କଜ ତ୍ରିପାଠୀ ଏବଂ ୟାମୀ ଗୌତମ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାକୁ ଦର୍ଶକଙ୍କ ଠାରୁ ଅପାର ଭଲପାଇବା ମିଳିଥିଲା। ଏହା ବ୍ୟତୀତ ଏହି ସିନେମା ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିନାହିଁ।