ଚଣ୍ଡିଖୋଲ ୧୫।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ ଘଟଣା ଚିନ୍ତା ବଢାଇଥିବା ବେଳେ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଜିଲ୍ଲାର ବଡ଼ଚଣା ମେଡିକାଲ ଗସ୍ତ କରି ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥିତି ପରଖିଛନ୍ତି । ବଡ଼ଚଣା ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ବଡ଼ଚଣା ମେଡିକାଲରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେନେଇ ରୋଗୀ ମାନଙ୍କୁ ମନ୍ତ୍ରୀ ପଚାରି ବୁଝିଥିଲେ । ମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଯାଜପୁର ସିଡିଏମ୍ଓ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହାପରେ ଜିଲ୍ଲାର ବିଭିନ୍ନ ମେଡିକାଲଗସ୍ତ କରିବେ ସ୍ବାସ୍ଥ୍ୟମନ୍ତ୍ରୀ ।
କଲେରା ପାଇଁ ବ୍ୟସ୍ତ ହେବାର ନାହିଁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଯେଉଁମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ସେମାନେ ତୁରନ୍ତ ମେଡିକାଲ ଆସି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୁଅନ୍ତୁ । ଅନ୍ୟପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ହୋଇନାହିଁ । ଏବେବି ନୂଆ ରୋଗୀ ଆସୁଛନ୍ତି । ଯେବେ ରୋଗୀ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ସେତେବେଳେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିବ ।
You Can Read:
ଦୁଇ ମାସ ପରେ ମାଛଧରା କଟକଣା ହଟିଲା, ମାଛ ଧରିବାକୁ ସମୁଦ୍ରକୁ ବାହାରିଲେ ମତ୍ସ୍ୟଜୀବୀ