ଭୁବନେଶ୍ୱର ୨୬।୦୬ : ମେଡିକାଲ କଲେଜର ରିଭ୍ୟୁ ମିଟିଂ। କ୍ୟାପିଟାଲ ମେଡିକାଲ କଲେଜ ପରିସର ବୁଲି ଭିତ୍ତିଭୂମି ପରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଗାମୀ ଦିନରେ ରାଜ୍ୟରେ ସବୁଠାରୁ ବଡ଼ ପିଜି କଲେଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏହି କଲେଜ।ପ୍ରଥମ ବ୍ୟାଚ୍ରେ ୨୪ ଜଣ ଛାତ୍ରଛାତ୍ରୀ ପାସଆଉଟ୍ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଖବର ଅନୁଯାୟୀ, ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି କ୍ୟାପିଟାଲ ହସ୍ପିଟାଲ ପରିସରରେ PGIMER ମେଡିକାଲ କଲେଜ । ଏନେଇ ସମୀକ୍ଷା କରିବା ସହ ମେଡିକାଲ କଲେଜର ଭିତ୍ତିଭୂମି ପରଖିଛନ୍ତି ମନ୍ତ୍ରୀ । ଜୁଲାଇ ଶେଷ ସପ୍ତାହ ସୁଦ୍ଧା ପୁଅ ହଷ୍ଟେଲ, ଗାର୍ଲ୍ସ ହଷ୍ଟେଲ, ଆଡମିନଷ୍ଟ୍ରେଟର ବିଲଡ଼ିଂ, ଲେକ୍ଚରସ ଥିଏଟର ପ୍ରମୁଖ ପ୍ରସ୍ତୁତ ହୋଇଯିବ । ଷ୍ଟେଟ କ୍ୟାପିଟାଲ ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟବସ୍ଥା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛି ବିଭାଗ । ଚଳିତ ବର୍ଷ ପିଏଚଡି ସିଟ୍ ୭୮ ଟି ଥିବା ବେଳେ ୨୪ ଜଣ ମେଡିକାଲ କଲେଜ୍ ଛାତ୍ର ଛାତ୍ରୀ ପାସ ଆଉଟ୍ ହେବେ। ଯାହାଫଳରେ ଯେଉଁ ଯେଉଁ ବିଭାଗରେ ସ୍ପେଶିଆଲ୍ ଡାକ୍ତରଙ୍କ ଅଭାବ ଦୂର ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ୟୁଜି ଏବଂ ପିଜି ମେଡିକାଲ ପାଠ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେଇ ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜରେ ପରିଣତ କରାଯିବ। ଆଗାମୀ ଦିନରେ କ୍ୟାପିଟାଲ ହସ୍ପିଟାଲକୁ ରି-ଡେଭଲପମେଣ୍ଟରେ ସାମିଲ୍ କରାଯିବ। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ, PGIMER ନିର୍ଦ୍ଦେଶକ ସୁଜାତା ମିଶ୍ର , ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ବୁଲି ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।