ପୁରୀ ୨୬।୦୬ : ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ବର୍ଷ ରଥଯାତ୍ରାରେ ମୋଟ ୩୮୭ ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାପ୍ ନିୟୋଜିତ ହୋଇଛନ୍ତି । ୬୯ଟି ସ୍ଥାନରେ ଫାଷ୍ଟେଡ୍ର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତବର୍ଷ ୭୫ଟି ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛି । ଏହାସହିତ ରଥଯାତ୍ରାରେ ୧୪୦ ଟି ବେଡ୍ ମହଜୁଦ ରହିଛି । ଆଇସିୟୁ, ବର୍ନ ୟୁନିଟ୍ , ଟ୍ରୋମା କେୟାର ମଧ୍ୟ ପ୍ରସ୍ତୁତ ରହିଛି। ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ୪ଟା ବେଳେ ସେଣ୍ଟ ଜନସନ୍ ଆମ୍ବୁଲାନ୍ସ ଭଲ୍ୟୁଣ୍ଟରଙ୍କ ସହିତ ରାଜ୍ୟପାଳ ମଧ୍ୟ ଦେଖା କରିବେ। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ , ଅଶ୍ବିନୀ ବୈଷ୍ଣବ ମଧ୍ୟ ରଥଯାତ୍ରାରେ ସାମିଲ୍ ହେବାକୁ ଯାଉଛନ୍ତି।