ଘୋଷଣା ହେବ ନିର୍ବାଚନ ତାରିଖ ! ସାମ୍ବାଦିକ ସମ୍ମିଳନୀ ଡାକିଲେ କମିଶନ, ପଶ୍ଚିମବଙ୍ଗ ସହ ୪ ରାଜ୍ୟରେ ଭୋଟ୍ ପାଇଁ କସରତ

NEWS7
health-minister-nabakishore-das-asked-for-report-over-nurses-tik-tok-video-viral-issue

ନୂଆଦିଲ୍ଲୀ, ୧୫ /୦୩:ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ରବିବାର ପ୍ରେସ୍ ମିଟ୍ କରିବେ ମୁଖ୍ୟ ନିର୍ବାଚନ କମିଶନ । ଏଥିରେ କମିଶନ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାସହ ବିଭିନ୍ନ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ।

କୁହାଯାଉଛି ଯେ, ରବିବାର ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏଥିପାଇଁ କମିଶନ ସାମ୍ବାଦିକ ସମ୍ମିଳନୀ କରିବେ । ସନ୍ଧ୍ୟାରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ସୂତ୍ରାନୁସାରେ, ଚଳିତ ଥର କମ୍ ପର୍ଯ୍ୟାୟରେ ନିର୍ବାଚନ ସାରିବାକୁ କମିଶନ ଉଦ୍ୟମ କରୁଛନ୍ତି । ତାରିଖ ଘୋଷଣା ହେଲା ପରେ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହେବ ।

ସେହିପରି ୨୦୨୧ତୁଳନାରେ ଏଥର କମ୍ ପର୍ଯ୍ୟାୟରେ ମତଦାନହେବ। ଗତ ଥର ପଶ୍ଚିମବଙ୍ଗରେଟି ପର୍ଯ୍ୟାୟରେ ଭୋଟ୍ ଦାନ ହୋଇଥିଲା । କିନ୍ତୁ ଏଥର ଏହା ହ୍ରାସ ପାଇବ । ବିଭିନ୍ନ ବୁଥରେ କେନ୍ଦ୍ର ଅର୍ଧସାମରିକ ବାହିନୀ ମୁତୟନ ହେବେ । ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟା ସାରିବାକୁ କମିଶନ ଚେଷ୍ଟା କରିବେ ।

​​​​​​​ଏହି ଖବରଟି ପଢନ୍ତୁ...  'ମୁଁ ଶୁଣୁଛି ସେ ଜୀବିତ ନାହାନ୍ତି...': ସର୍ବୋଚ୍ଚ ନେତା ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସନ୍ଦେହ ପ୍ରକାଶ କଲେ ଟ୍ରମ୍ପ

ଅନ୍ୟ ଦିଗରେ ଏହି ସବୁ ରାଜ୍ୟରେ ମତଦାତା ତାଲିକା ବାବଦରେ ଅଭିଯୋଗ କରିବା ନେଇ ତାରିଖ ଶେଷ ହୋଇଯାଇଛି । କମିଶନ ନିଜର ପ୍ରସ୍ତୁତିର ସମସ୍ତ ସମୀକ୍ଷା କରିଛନ୍ତି । ଏବେ କେବଳ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିବାକୁ ବାକି ରହିଛି । କାରଣ ନିର୍ବାଚନ ହେବାକୁ ଥିବା ରାଜ୍ୟର ବିଧାନସଭା୨୦୨୬ଜୁନରେ ଶେଷ ହେବ । ଏହାକୁ ଦେଖିଲେ ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।