LIVE TV

ମସ୍କଙ୍କ ଦରମା ୧ ଟ୍ରିଲିୟନ ଡଲାର ! ବେଲଜିୟମ-ସ୍ୱିଜରଲାଣ୍ଡ୍ ଜିଡିପିଠୁ ବେଶି

NEWS7
head-master-ramakrushna-sabat-awarded-in-super-30-teacher-national-award

ନ୍ୟୁୟର୍କ, ୦୭|୧୧  :  ବିଶ୍ବର ସବୁଠୁ ଅଧିକ ଦରମା ପାଉଥିବା ବ୍ୟକ୍ତି ହେଲେ ଏଲନ ମସ୍କ । କେବଳ ଏତିକି ନୁହେଁ ତାଙ୍କ ଦରମା ଅନେକ ଦେଶର ଜିଡିପିଠୁ ମଧ୍ୟ ବେଶି । କିଛି ଏପରି ଘୋଷଣା କରିଛନ୍ତି ଟେସଲା କର୍ତ୍ତୃପକ୍ଷ । ନଭେମ୍ବର ୬ ତାରିଖରେ ଟେସଲା କମ୍ପାନୀର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଧିକାଂଶ ସେୟାର ହୋଲ୍ଡର ମସ୍କଙ୍କ ଦରମା ବାବଦ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ପୂର୍ବରୁ ଟେସଲାର ନିବେଶକମାନେ ମସ୍କଙ୍କ ବର୍ଦ୍ଧିତ ଦରମାକୁ ସମର୍ଥନ କରିଥିଲେ । ଯେଉଁଥିରେ ତାଙ୍କ ଦରମା ୫୫.୮ ବିଲିୟନ ଡଲାର ବା ୪ ଲକ୍ଷ ୬୬ ହଜାର କୋଟି ଟଙ୍କା ଥିଲା । କିନ୍ତୁ ପରେ କୋର୍ଟ ସେୟାର ଧାରକଙ୍କ ମାମଲାର ଶୁଣାଣି କରି ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ । ନଭେମ୍ବର ୬ରେ ପୁଣି ସମାନ ପ୍ରସ୍ତାବ ଆଗତ ହୋଇଥିଲା । ଯେଉଁଥିରେ ଦରମାକୁ ୮୩ ଲକ୍ଷ କୋଟି ଟଙ୍କା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

କୁହାଯାଉଛି ଯେ, ମସ୍କଙ୍କ ଉପରେ ନିବେଶକ ଏବଂ ସେୟାର ଧାରକଙ୍କ ଭରସା ରହିଛି । ତେଣୁ ସେମାନେ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଅତୀତରେ ଟେସଲାର ଅନେକ କମ୍ପାନୀ ଭଲ ଲାଭ କରିଛନ୍ତି । ଯାହା ମସ୍କଙ୍କ ପାଇଁ ସମ୍ଭବପର ହୋଇଛି । ମହାକାଶ ବିଜ୍ଞାନରେ ମଧ୍ୟ ମସ୍କଙ୍କ ସ୍ପେସ ଏକ୍ସ ଭଲ ଲାଭ କରିଛି ।

ଆଇଏମଏଫର ରିପୋର୍ଟକୁ ଦେଖିଲେ ମସ୍କଙ୍କ ଦରମା ଅନେକ ୟୁରୋପୀୟ ଦେଶର ଜିଡିପିଠୁ ଢେର ଅଧିକ । ପୋଲାଣ୍ଡର ଜିଡିପି ୯୮୦ ବିଲିୟନ ଡଲାର ଥିବା ବେଳେ ସ୍ବିଜରଲାଣ୍ଡର ଜିଡିପି ୯୪୭ ବିଲିୟନ ଡଲାର । ସେହିପରି ବେଲଜିୟମ, ସ୍ୱିଡେନ୍, ଆୟାରଲ୍ୟାଣ୍ଡର ଜିଡିପିଠାରୁ ମଧ୍ୟ ମସ୍କଙ୍କ ଦରମା ଅଧିକ ।

ଅନ୍ୟ ଦିଗରେ ମସ୍କଙ୍କ ନୂଆ ଦରମାକୁ ସମାଲୋଚନା କରିଛି ଟେସଲା ଟେକଡାଉନ୍ । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଟେସଲା ଗାଡି ବିକ୍ରିରେ ହ୍ରାସ ପରିଲକ୍ଷିତ ହୋଇଛି । କାରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏପରିକି ତାଙ୍କର ରାଜନୈତିକ ବିଚାରଧାରା ଗ୍ରାହକଙ୍କୁ କମ୍ପାନୀଠାରୁ ଦୂରରରେ ରଖୁଛି ।  କିଛି କାମ ନକରି ସେ ଏତେ ପରିମାଣରେ ଦରମା ପାଇବେ ବୋଲି ସଙ୍ଗଠନ କଟାକ୍ଷ କରିଛି ।