ଗମ୍ଭୀରଙ୍କ 'ମୁଁ ହିଁ ଠିକ୍' ଚିନ୍ତାଧାରା ସବୁଠୁ ଖରାପ, ରୋ-କୋଙ୍କ ସମର୍ଥନରେ ସାହିଦ ଆଫ୍ରିଦି

NEWS7
harshit-rana-join-the-indian-team-for-the-last-test-will-his-dream-come-true-in-mumbai--

ନୂଆଦିଲ୍ଲୀ, ୦୯/୧୨:ଭାରତୀୟ ଭେଟେରାନଙ୍କ ସମର୍ଥନରେ ପାକିସ୍ତାନୀ ଖେଳାଳି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟର ସାହିଦ ଆଫ୍ରିଦି । ରୋ-କୋ ଭାରତୀୟ କ୍ରିକେଟର ମେରୁଦଣ୍ଡ । ଉଭୟ୨୦୨୭ବିଶ୍ୱକପ୍ ଖେଳିବା ଦରକାର ବୋଲି ଆଫ୍ରିଦି କହିଛନ୍ତି ।

ଆଫ୍ରିଦି କହିଛନ୍ତି ଯେ, ରୋ-କୋ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଜରୁରୀ । ସେମାନେ ଦଳର ମେରୁଦଣ୍ଡ । ସେମାନେ ଯେପରି ଭାବେ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି ତାହା ଚମତ୍କାର । ଏଥିରୁ ଉଭୟ ପ୍ଲେୟାର୨୦୨୭ବିଶ୍ୱକପ୍ ଖେଳିପାରିବେ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି । ସେମାନଙ୍କ ନିକଟରେ ସମସ୍ତ ଦକ୍ଷତା ରହିଛି ।

ସେ ଆହୁରି କହିଛନ୍ତି ଯେ, ଦୁର୍ବଳ ଟିମ୍ ବିପକ୍ଷରେ ମୁକାବିଲା ହେଲେ ରୋ-କୋଙ୍କୁ ବିଶ୍ରାମ ଦେବା ଦରକାର । ତାଙ୍କ ବଦଳରେ ଯୁବ ଖେଳାଳି ଦୁର୍ବଳ ଟିମ୍ ବିରୋଧରେ ଖେଳିପାରିବେ । କିନ୍ତୁ ବଡ ଟିମ୍ ବିପକ୍ଷ ମୁକାବିଲାରେ ରୋ-କୋ ଜରୁରୀ । ଏହାସହ ସେ ଗମ୍ଭୀରଙ୍କୁ ନେଇ କହିଛନ୍ତି ଯେ, ପଡିଆରେ ଅନେକ ଥର ସେ ବିବାଦ ସୃଷ୍ଟି କରିଛନ୍ତି । ସେ ଭାବୁଛନ୍ତି ସେ ହି କେବଳଠିକ୍ । ଯାହା କରୁଛନ୍ତି ଯାହା ଭାବୁଛନ୍ତି ଠିକ୍ ଭାବୁଛନ୍ତି । ଏହା ତାଙ୍କର ଦୁର୍ବଳ ମାନସିକତା । ଅନେକ ସମୟରେ ଗମ୍ଭୀର ଭୁଲ ବୋଲି ପ୍ରମାଣିତ ହୋଇଛି ।

ରୋହିତଙ୍କ ଛକା ରେକର୍ଡକୁ ନେଇ ପାକିସ୍ତାନୀ ଷ୍ଟାର୍ କହିଛନ୍ତି ଯେ, ରେକର୍ଡ ଭାଙ୍ଗିବା ପାଇଁ ପ୍ରତିଷ୍ଠା କରାଯାଇଥାଏ । ସେ ରୋହିତଙ୍କୁ ସଦାବେଳେ ପସନ୍ଦ କରି ଆସିଛନ୍ତି । ତେଣୁ ରେକର୍ଡ ବ୍ରେକ୍ ହେଲା ପରେ ସେ ଖୁସି ଅଛନ୍ତି । ସେ ସବୁଠାରୁ କମ୍ ବଲରେ ଶତକ ମାରିଥିଲେ ।୧୮ବର୍ଷ ପରେ ଏହି ରେକର୍ଡ ମଧ୍ୟ ଭାଙ୍ଗିଥିଲା । ଏହା ସାଧାରଣ କଥା ବୋଲି ଆ କହିଛନ୍ତି ।