LIVE TV

ଚୀନର ଉପରମୁଣ୍ଡ ନଦୀବନ୍ଧକୁ ବିରୋଧ , ବ୍ରହ୍ମପୁତ୍ର ଅବବାହିକାରେ କେନ୍ଦ୍ର ଦ୍ୱାରା ଜଳବିଦ୍ୟୁତ୍‌ ଯୋଜନା ଉନ୍ମୋଚନ

NEWS7
hydropower project

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରା କରିବା ପାଇଁ ୨୦୪୭ ସୁଦ୍ଧା ବ୍ରହ୍ମପୁତ୍ର ଅବବାହିକାରୁ ୭୬ ଗିଗାୱାଟ୍‌ରୁ ଅଧିକ ଜଳବିଦ୍ୟୁତ୍‌ କ୍ଷମତା ସ୍ଥାନାନ୍ତରିତ କରିବା ପାଇଁ ୬.୪ ଟ୍ରିଲିୟନ ଟଙ୍କା ( ୭୭ ବିଲିୟନ ଡଲାର)ର ଟ୍ରାନ୍ସମିଶନ ଯୋଜନା ପ୍ରସ୍ତୁତ କରିଛି। ଏହି କଥା କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ (ସିଇଏ) ସୋମବାର କହିଛି ।

ସୋମବାର ପ୍ରକାଶିତ ଏକ ରିପୋର୍ଟରେ , ସିଇଏ କହିଛି ଯେ, ଏହି ଯୋଜନାରେ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକର ୧୨ଟି ଉପ-ବେସିନ୍‌ରେ ୨୦୮ଟି ବଡ଼ ହାଇଡ୍ରୋ ପ୍ରୋଜେକ୍ଟ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି, ଯାହାର ସମ୍ଭାବିତ କ୍ଷମତା ୬୪.୯ ଗିଗାୱାଟ୍‌ ଓ ପମ୍ପ-ଷ୍ଟୋରେଜ୍‌ ପ୍ଲାଣ୍ଟରୁ ୧୧.୧ ଗିଗାୱାଟ୍‌ ଅତିରିକ୍ତ ହେବ। ସିଇଏ ରିପୋର୍ଟରେ ଦର୍ଶାଇଛି – ବ୍ରହ୍ମପୁତ୍ର ଅବବାହିକା ମଧ୍ୟରେ ଚିହ୍ନଟ ହୋଇଥିବା ଯଥେଷ୍ଟ ଜଳବିଦ୍ୟୁତ୍‌ ସମ୍ଭାବନାକୁ ଦୃଷ୍ଟିରେ ରଖି , ଏହି ମୂଲ୍ୟାଙ୍କିତ ସମ୍ଭାବନାରୁ ଶକ୍ତି ନିଷ୍କାସନ ପାଇ ଏକ ବ୍ୟାପକ ପରିବହନ ବ୍ୟବସ୍ଥା ଯୋଜନା ଥିବା ଅନୁଭବ କରାଯାଇ ଥିଲା। ଫଳସ୍ୱରୂପ , ବ୍ରହ୍ମପୁତ୍ର ଅବବାହିକା ୧୨ଟି ଉପ-ବେସିନ୍‌ରୁ ୬୫ ଗିଗାୱାଟ୍‌ ଜଳବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ନିଷ୍କାସନ ପାଇଁ ଏକ ପରିବହନ ବ୍ୟବସ୍ଥା ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି।

ତିବ୍ଦତରୁ ବାହାରି ଭାରତ ଓ ବାଂଲାଦେଶ ମଧ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ଭାରତୀୟ ଅଞ୍ଚଳରେ , ବିଶେଷକରି ଚୀନ ସୀମା ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶରେ, ଯଥେଷ୍ଟ ଜଳଶକ୍ତି ସମ୍ଭାବନା ରହିଛି।

ଅବବାହିକାର ଆନ୍ତଃସୀମା ପ୍ରକୃତି ଓ ଚୀନ ନିକଟତା କାରଣରୁ ଜଳ ପରିଚାଳନା ଏବଂ ଭିତ୍ତିଭୂମି ଯୋଜନା କରିବା ଏକ ରଣନୈତିକ ପ୍ରସଙ୍ଗ କରିଛି, ଯାହାକି ସରକାରଙ୍କୁ ଚିନ୍ତା ଯେ, ୟାରଲୁଙ୍ଗ ଜାଙ୍ଗବୋ (ବ୍ରହ୍ମପୁତ୍ର ନଦୀର ତିବ୍ଦତୀୟ ନାମ) ଉପରେ ଏକ ଚୀନ୍‌ ବନ୍ଧ ଭାରତୀୟ କ୍ଷେତ୍ରରେ ଶୁଖିଲା ଋତୁ ପ୍ରବାହକୁ ୮୫ ପ୍ରତିଶତ ଯାଏ ହ୍ରାସ  କରି ଦେଇପାରେ ।

ରିପୋର୍ଟରେ କୁହାଯାଇଛି ଯେ, ବ୍ରହ୍ମପୁତ୍ର ଅବବାହିକା ଅରୁଣାଚଳ ପ୍ରଦେଶ , ଆସାମ , ସିକ୍କିମ୍‌ , ମିଜୋରାମ, ମେଘାଳୟ , ମଣିପୁର , ନାଗାଲ୍ୟାଣ୍ଡ ଓ ପଶ୍ଚିମବଙ୍ଗର କିଛି ଭାଗକୁ କଭର କରିଥାଏ ଏବଂ ଭାରତର ଅବ୍ୟବହୁତ ଜଳବିଦ୍ୟୁତ କ୍ଷମତାର ୮୦ ପ୍ରତିଶତରୁ ଅଧିକ ଏଥିରେ ରହିଛି। ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ଅନୁସାରେ , ଏକା ଅରୁଣାଚଳ ପ୍ରଦେଶରେ ୫୨.୨ ଗିଗାୱାଟ୍‌ର କ୍ଷମତା ରହିଛି।

ରଏଟର୍ସ ଦ୍ୱାରା ଉଦ୍ଧୃତ ସିଇଏ ଅନୁସାରେ , ଯୋଜନାର ପ୍ରଥମ ପର୍ଯ୍ୟାୟ ,ଯାହା ୨୦୨୩୫ ପର୍ଯ୍ୟନ୍ତ ଚାଲିବ ,ଏଥିପାଇଁ ୧,୯୧ ଟ୍ରିଲିୟନ ଟଙ୍କା ଆବଶ୍ୟକ ହେବ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪.୫୨ ଟ୍ରିଲିୟନ ଟଙ୍କା ଖର୍ଚ୍ଚ ହେବ।