କୋରାପୁଟ ୨୯।୫: ହାର୍ଡକୋର ଲାଲ୍ ଲିଡର କୁଞ୍ଜମ ହିଡମା ଗିରଫ । ଆଉ କୁଞ୍ଜମ ହିଡମା ଠାରୁ ମିଳିଛି କିଛି ଏମିତି ଅସ୍ତ୍ରଶସ୍ତ୍ର ।ଯେଉଁଥିରେ ଅଛି AK 47 ରାଇଫଲ । ୩୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍, ୨୭ଟି ଡିଟୋନେଟର, ୯୦ ଗୋଟି ତାର ବିହୀନ ଡିଟୋନେଟର, ୨ କିଲୋ ଗନ ପାଉଡର, ୨ଟି ଷ୍ଟିଲ ଟିଫିନ୍ ବାକ୍ସ, ୨ଟି ରେଡ଼ିଓ, ୨ଟି ଇୟର ଫୋନ୍, ଗୋଟାଏ ୱାକିଟକି, ୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ, ମାଓ ପୁସ୍ତକ, ମେଡିସିନ, ପୋଷାକ ଆଦି ମାଓ ସାମଗ୍ରୀ । ଏକ ସାମ୍ବାଦିକ ସମ୍ମିଳନୀରେ କୁଞ୍ଜମ ହିଡମା ସହିତ ଜବତ ମାଓ ସାମଗ୍ରୀ ସାମ୍ନାକୁ ଆଣିଥିଲେ କୋରାପୁଟ ଏସ୍ପି ରୋହିତ ବର୍ମା । ବଖାଣିଥିଲେ କେମିତି ଧରାପଡ଼ିଲା କୁଞ୍ଜମ ହିଡମା ।
ଛତିଶଗଡ଼ରୁ ଓଡ଼ିଶା ଦେଇ ଆନ୍ଧ୍ରକୁ ଯାଉଥିଲା। କୋରାପୁଟ ବୈପାରୀଗୁଡା ବ୍ଳକର ପେଟଗୁଡ଼ା ଜଙ୍ଗଲରେ ୪ ଜଣ ନକ୍ସଲଙ୍କ ଗତିବିଧି ଜାଣିବା ପରେ ଚଢ଼ାଉ କରିଥିଲା ଜୟପୁର ଏସଡିପିଓ ସହ ଡିଭିଏଫ ଟିମ୍ । ପୋଲିସକୁ ପାଲଟା ଗୁଳି ଚାଳନା କରି ୩ ଜଣ ଖସି ପଳାଇଥିଲେ । ହେଲେ ଧରାପଡ଼ିଥିଲା କୁଞ୍ଜମ ହିଡମା ଓରଫ ମୋହନ। । ଗିରଫ ମାଓବାଦୀ ହିଡମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗାଁର । ମୋହନ ଉପରେ ୪ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ପୂର୍ବରୁ ଏକାଧିକ ମାଓ ହିଂସାକାଣ୍ଡରେ ଜଡିତ ଥିଲା ହିଡମା । କୋରାପୁଟ ଜିଲ୍ଲାରେ ୪ ମାଓ ଆକ୍ରମଣରେ ସାମିଲ ଥିଲା ।
ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାହିନୀଙ୍କୁ ସଫା କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତା ପୂର୍ବରୁ ଚାଲିଛି ଦମନ ଅଭିଯାନ ।ତେଣୁ ନକ୍ସଲମାନେ ଗିରଫ ହୋଇଯିବାକୁ ବରଂ ପସନ୍ଦ କରୁଛନ୍ତି ମରିବାକୁ ଚାହୁଁନାହାନ୍ତି ।
You Can Read:
ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ, ସ୍ବାମୀଙ୍କ ପାଇଁ ଖାଇବା ନେଇ ଯାଇଥିଲେ