ମାଲକାନଗିରି ୨୭।୭: ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ପୋଲିସ ନିକଟରେ ହାର୍ଡକୋର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ଜୋରିଗେ ନାଗରାଜୁ ଓରଫ କମଲେଶ ଏବଂ ତାଙ୍କ ପତ୍ନୀ ମେଡକା ଜ୍ୟୋତିଶ୍ବରୀ ଓରଫ ଅରୁଣା । ଗତ ୩୪ ବର୍ଷ ଧରି ଏମାନେ ମାଓ ସଂଗଠନ ସହ ଜଡିତ ଥିଲେ । କମଲେଶ ଛତିଶଗଡ ବସ୍ତର ଡିଭିଜନାଲ କମିଟିର ଦାୟିତ୍ବରେ ଥିଲେ । ଆନ୍ଧ୍ର ପ୍ରଦେଶ ସରକାର କମଲେଶ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅରୁଣା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସଂଗଠନରେ ଆଉ ରହିବା ମୁସ୍କିଲ ହେବା ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ।
ଲଗାତାର ଆନ୍ଧ୍ର, ଛତିଶଗଡ, ଓଡ଼ିଶା ଏବଂ ତେଲେଙ୍ଗାନା ପୋଲିସ ତରଫରୁ ଅପରେସନ ଜୋରଦାର କରାଯାଉଥିବାରୁ ଏମାନେ ଭୟଭୀତ ହୋଇ ମାଓ ସଂଗଠନ ଛାଡିଥିବା ସ୍ବୀକାର କରିଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ଆନ୍ଧ୍ର ପ୍ରଦେଶ ପୋଲିସ କହିଛି । ଏମାନଙ୍କ ସୂଚନା ଆଧାରରେ ଆଲୁରି ସୀତାରାମ ଜିଲ୍ଲାରେ ଏକ ମାଓ ଡମ୍ପକୁ ଜବତ କରାଯାଇଛି । ମାଓ ଡମ୍ପ ଭିତରୁ ୧୮ ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି । ଯାହା ମଧ୍ୟରେ ଗୋଟିଏ AK-47, ଦୁଇଟି BGL, ପାଞ୍ଚଟି SLR ଓ ଦୁଇଟି INSAS ବନ୍ଧୁକ ସହ ୬୦୬ଟି ଜୀବନ୍ତ ଗୁଳି, ୩୭ କିଲୋଗ୍ରାମ କଡେକ୍ସ ତାର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
You Can Read:
ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର, କମୁଛି ଜଳକା : ପ୍ରଭାବିତ ହେବ ବାଲେଶ୍ବର ଜିଲ୍ଲାର ଏସବୁ ଅଞ୍ଚଳ