ନୂଆଦିଲ୍ଲୀ ୧୫।୦୬; ବାପା... ଏହା କେବଳ ଏକ ଶବ୍ଦ ନୁହଁ ବରଂ ସାହାସ, ସୁରକ୍ଷା କବଚ, ଦୃଢ ବିଶ୍ବାସର ପ୍ରତୀକ ଓ ପ୍ରେରଣା । ପିଲା ପାଇଁ ସେ ଶଖା, ରୋଲ ମଡେଲ ଓ ସାକ୍ଷାତ ଈଶ୍ବର । ସେ ପାଖରେ ଥିଲେ ଲାଗେ ନାହିଁ ଡର... ତାଙ୍କ ରାଗ ପିଲାଙ୍କୁ କରିଥାଏ ସୁଦୃଢ...ତାଙ୍କ ଗାଳି ଲୁହ ନୁହଁ ଦେଇଥାଏ ବଳ । ତାଙ୍କୁ କଷ୍ଟ ହୁଏ ସେ କିନ୍ତୁ କାନ୍ଦନ୍ତିନି... ତାଙ୍କୁ ରାଗ ଲାଗିଲେ ମନେ ମନେ ଅନୁତାପ କରନ୍ତି।
ବାପା ସିଏ ଯିଏ ସ୍ନେହ ବଦଳରେ ଗାଳି କରି ଦିଅନ୍ତି ପ୍ରେରଣା । ବାପା ସିଏ ଯିଏ ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ସେ ସବୁ ଝାଳ ବୁହାଇ ଦିଅନ୍ତି । ପିଲାର ଟିକିଏ ଖୁସି ପାଇଁ ସେ ଅଜସ୍ର ଦୁଃଖକୁ ବି ଚାପି ରଖନ୍ତି । ବ୍ରହ୍ମାଣ୍ଡରେ ଖୋଜିଲେ ବି ତାଙ୍କ ପରି ମଣିଷ ମିଳିବେ ନାହିଁ । ମହାନ ଭାରତୀୟ ସଂସ୍କୃତିରେ ବାପାଙ୍କୁ ଦେବତା ସହ ତୁଳନା କରାଯାଇଥାଏ । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତା' ପାଇଁ ଅନ୍ଧାର ।
ପିତୃ ଦିବସର ଇତିହାସ-
୧୯୧୦, ଜୁନ ୧୯ ତାରିଖରେ ସର୍ବପ୍ରଥମେ ୱାଶିଂଟନରେ Father's Day ପାଳନ କରାଯାଇଥିଲା । ପରେ ୧୯୨୪ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ମଞ୍ଜୁରି ଦିଆଯାଇଥିଲା । ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ଏହି ଦିନ ଆରମ୍ଭ ହୋଇଥିଲା । ସୋନେରା ଯେତେବେଳେ ଛୋଟ ଥିଲେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପିତା କ୍ୟାପଟେନ ୱିଲିୟମ୍ ଜ୍ୟାକସନ ସ୍ମାର୍ଟ ତାଙ୍କୁ ଉଭୟ ମାଆ ଏବଂ ପିତାଙ୍କ ସ୍ନେହ ଦେଇଥିଲେ । ଏହାପରେ ଝିଅ ସୋନୋରା ତାଙ୍କ ପିତାଙ୍କ ବଳିଦାନ ଏବଂ ସଂଗ୍ରାମକୁ ୫ ଜୁନ ୧୯୦୯ରେ ପିତା ଦିବସ ଭାବରେ ପାଳନ କରିଥିଲେ । ବାସ୍ତବରେ, ଜ୍ୟାକସନ ସ୍ମାର୍ଟଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ତାଙ୍କର 6ଟି ସନ୍ତାନର ଯତ୍ନ ନେଇଥିଲେ । ତା’ପରେ ସାନୋରା ଅନୁଭବ କଲେ ଯେ ପିତାମାନେ ବହୁତ ବଳିଦାନ ଦିଅନ୍ତି, ତେବେ ମାତୃ ଦିବସ ପରି ପିତାଙ୍କୁ ସମ୍ମାନ ଦେଇ ପିତାଙ୍କ ଦିବସ କାହିଁକି ପାଳନ କରିବେ ନାହିଁ
ପରେ ସୋନୋରା ସ୍ପୋକେନ୍ ଜୁନ ୫ରେ ପିତାଙ୍କ ଦିବସ ମାନ୍ୟତା ଦେବାକୁ ମନ୍ତ୍ରୀସ୍ତରୀୟ ମିଳିତ ମଞ୍ଚକୁ ଅନୁରୋଧ କରିଥିଲେ । ୧୯୨୪ ମସିହାରେ ପିତାଙ୍କ ଦିବସକୁ ଆନୁଷ୍ଠାନିକ ଭାବେ ମଞ୍ଜୁରି ଦିଆଯାଇଥିଲା । ଏହା ପରେ, ୧୯୬୬ ମସିହାରେ ପିତାଙ୍କ ଦିବସର ଛୁଟି ମଧ୍ୟ ପ୍ରତିବର୍ଷ ଜୁନ ତୃତୀୟ ରବିବାରରେ ଘୋଷଣା କରାଯାଇଥିଲା ।