ଛାତ୍ରୀ ଆତ୍ମହତ୍ୟା ରୋକିବା ଦିଗରେ ପାଦେ ଆଗେଇଛି ଜିଏମ୍‌ୟୁ, ଆରମ୍ଭ ହେବ ହାପିନେସ୍ ଓ ଓମେନ୍ ଷ୍ଟଡିଜ୍

Published By : Prameya-News7 Bureau | August 14, 2025 IST

ସମ୍ବଲପୁର ୧୪।୮: ଜିଏମ୍‌ୟୁରେ ଆରମ୍ଭ ହେବ ହାପିନେସ୍ ଓ ଓମେନ୍‌ ଷ୍ଟଡିଜ୍ । ଆତ୍ମହତ୍ୟା ରୋକିବ ପାଠ୍ୟକ୍ରମ । ଏହା ଦ୍ବାରା ଛାତ୍ରଛାତ୍ରୀ ଚାପମୁକ୍ତ ହେବେ । ଧୈର୍ଯ୍ୟ, ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ନିର୍ଣ୍ଣୟ ନେବାର କ୍ଷମତାକୁ ବଢ଼ିବ। ସମାଜରେ ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତିକରଣ ଦିଗରେ ସଚେତନତା ସୃଷ୍ଟି କରା‌ଯିବ । ଛାତ୍ରୀ ଆତ୍ମହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ସମୟରେ ଏହାକୁ ରୋକିବା ଦିଗରେ ପାଦେ ଆଗେଇଛି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ।

ଆସନ୍ତା ଶିକ୍ଷାବର୍ଷ ଠାରୁ ବସନ୍ତପୁରରେ ନିର୍ମାଣାଧୀନ ନୂଆ କ୍ୟାମ୍ପସ କାର୍ଯ୍ୟକ୍ଷମ ହେବା ସହ ଏହି ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହେବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଲକ୍ଷ୍ୟ ଥିବା କହିଛନ୍ତି ଉପ କୁଳସଚିବ ଡ.ଉମାଚରଣ ପତି । ପ୍ରସନ୍ନତା (ହାପିନେସ) ଉପରେ ୬ ମାସର ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରାଯିବ ଓ ପରେ କୋର୍ସର ଅବଧିକୁ ବୃଦ୍ଧି କରି ଏହାକୁ ଏକ ନିୟମିତ ବା ଡିଗ୍ରୀ ପାଠ୍ୟକ୍ରମରେ ପରିଣତ କରାଯିବା ଯୋଜନା ରହିଛି ।

You Can Read:

ନାବାଳିକା ମୃତ୍ୟୁ ସସ୍‌ପେନ୍ସ : ବାପା ରୁଜୁ କଲେ ଅପମୃତ୍ୟୁ, ମା’ଙ୍କ ଅଭିଯୋଗ ଝିଅକୁ ହତ୍ୟା କରିଛନ୍ତି ପରିବାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.