ବନ୍ଧକ ଇସ୍ରାଏଲୀଙ୍କୁ ଖାଇବାକୁ ଦେଉ ନାହାନ୍ତି ହମାସ ଆତଙ୍କବାଦୀ, ଗାଜାରୁ ଆସିଲା Video

Published By : Prameya-News7 Bureau | August 03, 2025 IST

ଗାଜା ୩।୮: ଇସ୍ରାଏଲୀ ବନ୍ଧକ ଗାଜାରେ ଦୟନୀୟ ସ୍ଥିତିରେ ଦିନ କଟାଉଛନ୍ତି। ସେମାନଙ୍କୁ ସମୟରେ ଖାଇବାକୁ ଦିଆଯାଉ ନାହିଁ। ଏହାର ପ୍ରମାଣ ଇସ୍ରାଏଲ ବନ୍ଧକଙ୍କ ଭାଇରାଲ ଭିଡିଓରେ ଦେଖାଯାଇଛି,ଯେଉଁଥିରେ ବନ୍ଧକ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି। ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଏହି ଇସ୍ରାଏଲୀ ବନ୍ଧକଙ୍କ ଭିଡିଓ ସେୟାର କରିଛି। 

ଏଥିରେ ମନ୍ତ୍ରାଳୟ ଲେଖିଛି ଯେ ହମାସ ଦ୍ୱାରା ବନ୍ଧକ ଇସ୍ରାଏଲ ନାଗରିକ ସମ୍ପୂର୍ଣ୍ଣ ସୁଖିଗଲାଣି। ତାକୁ ଠିକରେ ଖାଇବାକୁ ବି ଦିଆଯାଉନି। ଦେହରେ ଆଉ ମାଂସ ମଧ୍ୟ ନାହିଁ। ଏବେ ଶରୀର କେବଳ ଅସ୍ତିକଙ୍କାଳ ସାର ହୋଇଯାଇଛି। ଅନ୍ୟପଟେ ହମାସ ଆତଙ୍କବାଦୀ ଫଟୋରେ ବେଶ ହୃଷ୍ଟପୃଷ୍ଠ ଦେଖାଯାଉଛନ୍ତି। ୨୪ ବର୍ଷ ବୟଷ୍କ ଇଭ୍ୟାତର ଡେଭିଡଙ୍କୁ ହମାସ ଆତଙ୍କବାଦୀ ନୋଭା ମ୍ୟୁଜିକ ଫେଷ୍ଟିଭାଲରୁ ଅପହରଣ କରିନେଇଥିଲେ। ସେବେଠାରୁ ସେ ହମାସ ଦ୍ୱାରା ବନ୍ଧକ ଅଛନ୍ତି। 


ହମାସ ତାଙ୍କର ଭିଡିଓ ଜାରି କରିଥିବା ବେଳେ ସେ କଙ୍କାଳସାର ହୋଇପଡିଥିବା ଦେଖାଯାଉଛନ୍ତି। ଗାଜାରେ ଅନ୍ତର୍ଜାତୀୟ ଗଣମାଧ୍ୟମ ବାରମ୍ବାର ମାନବୀୟ ସଂକଟର କଥା କହୁଛନ୍ତି, ହେଲେ ଅସଲ ଅକାଳ ସେଠାରେ ଇସ୍ରାଏଲ ବନ୍ଧକ ଭୋଗୁଛନ୍ତି ବୋଲି କୁହାଯାଇଛି। ଡେଭିଡ ଦୀର୍ଘ ମାସରୁ ହମାସ ଇସ୍ଲାମିକ୍ ଜେହାଦୀଙ୍କ ଦ୍ୱାରା ବନ୍ଦୀ ଅଛନ୍ତି। ଡେଭିଡଙ୍କ ଅବସ୍ଥା ଦେଖି ଯାହା ବୁଝାପଡୁଛି ବନ୍ଧକଙ୍କୁ ହମାସ ଆତଙ୍କବାଦୀ ଖାଦ୍ୟ ଏବଂ ଔଷଧ ଦେଉ ନାହାନ୍ତି। 


ତେବେ ହମାସ ଆତଙ୍କବାଦୀ ବେଶ୍ ବିଳାଶ ବ୍ୟସନରେ ସମୟ ଅତିବାହିତ କରୁଥିବା ବେଳେ ଗାଜାରେ ନାଗରିକଙ୍କ ପ୍ରତି ସେମାନଙ୍କର ସାମାନ୍ୟତମ ଦୟା ମଧ୍ୟ ନାହିଁ। ଏଥିରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଗାଜାରେ ମାନବୀୟ ସଂକଟ ନେଇ ଚିତ୍କାର କରୁଛନ୍ତି। ହେଲେ ହମାସ ସେଭଳି ପରିସ୍ଥିତିରେ ଥିବା ଭଳି ପ୍ରତିତ ହେଉନଥିବା ଏହି ଭିଡିଓ ଏବଂ ଫଟୋଚିତ୍ରରୁ ଜଣାପଡୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.