Live Live
LIVE

ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼, ରବିନ୍ଦ୍ର ଜେନାଙ୍କ ପରେ ଦଳ ଛାଡ଼ିଲେ ଦୁଇ ବ୍ଲକ ଅଧ୍ୟକ୍ଷା

NEWS7
gwalior-anand-kushwaha-who-lost-elections-27-times

ବାଲେଶ୍ୱର ୧୧।୦୩ : ଭୁଶୁଡୁଛି ଗଡ଼, ଭାଙ୍ଗୁଛି ସଂଗଠନ । ବାଲେଶ୍ୱରରେ ଧୀରେ ଧୀରେ ବିଜେଡି ଛାଡୁଛନ୍ତି ନେତା । ମଙ୍ଗଳବାର ଦିନ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବିନ୍ଦ୍ର ଜେନା ଦଳ ଛାଡ଼ିଛନ୍ତି । ଆଉ ଏବେ ବାଲେଶ୍ୱର ଜିଲ୍ଲାରେ ଦୁଇ ବ୍ଲକର ଅଧ୍ୟକ୍ଷା ଦଳ ଛାଡ଼ିଛନ୍ତି । ବସ୍ତା ବ୍ଲକ ଅଧ୍ୟକ୍ଷ ଅଞ୍ଜଳୀ ଦାସ ଏବଂ ସଦର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା ଦଳ ଛାଡ଼ିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଉଭୟ ଅଧ୍ୟକ୍ଷା ।

ଏ ଖବର ବି ପଢନ୍ତୁ:-ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

ସୁନିତା ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାମ କରୁଥିଲେ । ବାଲେଶ୍ୱର ସଦର ବ୍ଲକବାସୀଙ୍କ ସେବା ମଧ୍ୟ କରିଆସିଛି । କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବା ଭଳି କଠିନ ନିଷ୍ପତ୍ତି ନେଉଛି । ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସହଯୋଗ, ସମ୍ମାନ ଓ ସୁଯୋଗ ପାଇଁ ମୁଁ କୃତଜ୍ଞ । ମୋ କର୍ମୀ ଏବଂ ନେତାଙ୍କ ନିକଟରେ ଚିର ଉପକୃତ ହୋଇ ରହିବି ।

ଏ ଖବର ବି ପଢନ୍ତୁ:-Rajyasabha Election: ରାଜ୍ୟସଭା ଚତୁର୍ଥ ଆସନ ପାଖରେ ଅଟକିଛି ଅଙ୍କ, ଦତ୍ତେଶ୍ଵର ନା ଦିଲୀପ; ମନରେ ପଶିଲା ଛନକା

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଅଞ୍ଜଳି ।