ଶତ ପ୍ରତିଶତ ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା : ଘୋଷଣା କଲେ ଦକ୍ଷିଣାଞ୍ଚଳ ଆଇଜି

NEWS7
gujarat-traders-is-stuck-in-bangladesh-due-to-stalling-of-trade

ବୌଦ୍ଧ ୬।୨: ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା । ଶତ ପ୍ରତିଶତ ମାଓ ମୁକ୍ତ ଭାବେ ଘୋଷଣା । ଘୋଷଣା କଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । କନ୍ଧମାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଆଇଜି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ମାଓପ୍ରବଣ ଜିଲ୍ଲା ଥିଲା ବୌଦ୍ଧ । ପୂର୍ବରୁ ୨୦୧୫-୨୬ରେ ମାଓ ମୁକ୍ତ ଘୋଷଣା ହୋଇଥିଲା । ପୁନର୍ବାର ମାଓ ଗତିବିଧି ଯୋଗୁଁ ମାଓପ୍ରବଣ ଜିଲ୍ଲା ହୋଇଥିଲା ବୌଦ୍ଧ । ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗୁଛି ବୋଲି ଆଇଜି କହିଛନ୍ତି ।

ପ୍ରଥମେ ମାଲକାନଗିରି ମାଓମୁକ୍ତ ହୋଇଥିବା ବେଳେ ମାଓମୁକ୍ତ ହୋଇଥିଲା କୋରାପୁଟ ଜିଲ୍ଲା । ସୂଚନା ଦେଇଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ DIG କନଓ୍ବର ବିଶାଳ ସିଂ । ଏଥିସହ ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ବିଜାପୁର ଡିଭିଜନରେ ମହିଳା ମାଓବାଦୀ ମମତା ପଡ଼ିଆମୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ସେପଟେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଆତ୍ମସମର୍ପଣ କରିଥିଲେ ୧୨ ମାଓବାଦୀ । ଏମାନଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ୫ ଲକ୍ଷ ୪୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।