ଚୋରା ଚାଲାଣ ହେଉଥିଲା ଗୁଟଖା କଞ୍ଚାମାଲ୍, GST ମୋବାଇଲ୍ ୟୁନିଟ ହାତରେ ଧରାପଡିଲା

Published By : Prameya-News7 Bureau | June 11, 2025 IST

ରାୟଗଡ଼ା ୧୧ରାୟଗଡାରେ GST ବିଭାଗ ପକ୍ଷରୁ ଚଢାଉ । ଗୁଟଖା ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ବୋଝେଇ ଗାଡିକୁ ଜବତ କରିଛି GST ମୋବାଇଲ ୟୁନିଟ୍ l 

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୬ଟା ସମୟରେ ଜେକେପୁର ସ୍ଥିତ ନାଗାବଳୀ ପୋଲ ଉପରେ ଏକ ମେକ୍ସ ପିକଅପ୍ ଭ୍ୟାନକୁ ସନ୍ଦେହେରେ ଅଟକାଇଥିଲେ l  ସେଥିରେ ପ୍ରାୟ ୩୦ ବସ୍ତା ପାନମାଧୁରୀ, ଗୁଆ, ଚୂନ ଏବଂ ଜର୍ଦ୍ଦା ଥିବା ଜାଣିପାରି ତାର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ l ନକଲି ବିଲ୍ ଜରିଆରେ ଚାଲାଣ ହେଉଥିଲା ଗୁଟଖା ତିଆରି ସାମଗ୍ରୀ l GST  ବିଭାଗର ତନାଘନାରୁ ଜଣାପଡିଛି ଯେ, ବିଲ୍ ଠାରୁ ପ୍ରାୟ ୫ଗୁଣ ଅଧିକା କଞ୍ଚାମାଲ୍ ଚାଲାଣ ହେଉଥିଲା l ତେବେ ଜବତ ହୋଇଥିବା ଗୁଟଖା ସାମଗ୍ରୀ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ହୋଇପାରେ ବୋଲି GST ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୯ ଜୁଆଡ଼ି ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.