ଜୁନ୍‌ରେ ୧.୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ, ୫ ବର୍ଷରେ ଡବଲ ହୋଇଛି କଲେକ୍ସନ

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ଜୁନ ମାସରେ ଜିଏସଟିରୁ ସରକାର ୧.୮୫ ଲକ୍ଷ କୋଟି ଟଙ୍କା ରାଜସ୍ବ ଆୟ କରିଛନ୍ତି। ଯାହା ଗତ ବର୍ଷ ଜୁନ ମାସ ତୁଳନାରେ ୬.୨ ପ୍ରତିଶତ ଅଧିକ। ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ସୂଚନା ଅନୁସାରେ, ଜୁନରେ ୧.୮୫ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସେନ ହୋଇଥିଲେବି, ମାସିକ ଆଧାରରେ ଜିଏସଟି ସଂଗ୍ରହ ହ୍ରାସ ପାଇଛି। କାରଣ ଜୁନରେ ଏହା ୨ ଲକ୍ଷ କୋଟି ତଳକୁ ଖସି ଆସିଛି। ପୂର୍ବରୁ ୨୦୨୫ ଏପ୍ରିଲରେ ୨. ୩୭ ଲକ୍ଷ କୋଟିର ରେକର୍ଡ ଜିଏସଟି ସଂଗ୍ରହ ହୋଇଥିଲା। ପରେ ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଥିଲା।

୫ ବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି କଲେକ୍ସନ 

GSTର ୮ ବର୍ଷ ପୂର୍ତ୍ତିକୁ ନେଇ ସରକାର କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କଲେକ୍ସନ ସଂଗ୍ରହ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ୧୧.୩୭ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ, ୨୦୨୪-୨୫ରେ ଏହା ୨୨.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। 

ଉଲ୍ଲେଖଯୋଗ୍ୟ,  ଆର୍ଥିକ ବର୍ଷ ୨୦୨୩-୨୪ ସଂଗ୍ରହ ହୋଇଥିବା ୨୦.୧୮ ଲକ୍ଷ କୋଟି ଟଙ୍କାର ଜିଏସଟି ତୁଳନାରେ, ୨୦୨୪-୨୫ର ଜିଏସଟି କଲେକ୍ସନରେ ବାର୍ଷିକ ଆଧାରରେ ୯.୪% ବୃଦ୍ଧି ହୋଇଥିଲା। ଯାହା ଜୁଲାଇ ୨୦୧୭ରେ ଜିଏସଟି ଲାଗୁ ହେବା ପରଠାରୁ ସର୍ବାଧିକ ବାର୍ଷିକ GST ସଂଗ୍ରହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.