ଭଞ୍ଜନଗର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ : ଗୋଟିଏ ପରିବାରର ୩ ଜଣକୁ ମରଣାନ୍ତକ ଆକ୍ରମଣ, ଆମ୍ବୁଲାନ୍ସରୁ ଟାଣିଆଣି ମାରିଲେ ମାଡ଼

Published By : Prameya-News7 Bureau | April 13, 2025 IST

NEWS UPDATE

ଭଞ୍ଜନଗର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୁରୁମୁ ଗାଁରେ ଶୁକ୍ରବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୋଟିଏ ପରିବାରର ତିନି ଜଣକୁ ମରଣାନ୍ତକ ଆକ୍ରମଣ ହୋଇଛି । ସେହି ଗାଁର ରାଜେସ ସେଠୀ ଓ ତାଙ୍କ ବାପା-ମା’ଙ୍କୁ ଦଳଗତ ହୋଇ ଆକ୍ରମଣ ହୋଇଛି । ଆକ୍ରମଣ ଖୁବ୍ ଭୟାନକ ଥିଲା । ଆକ୍ରମଣକାରୀ ମାନେ ଏତେ ରାଗିଯାଇଥିଲେ ଯେ ଆହତ ରାଜେଶକୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆ ଯାଉଥିବା ବେଳେ ପୁଣି ଆମ୍ବୁଲାନ୍ସକୁ ଅଟକାଇ ଆମ୍ବୁଲାନ୍ସରୁ ଟାଣି ଆଣି ଲୁହା ରଡ଼ ଓ ଠେଙ୍ଗାରେ ଆକ୍ରମଣ କରିଛନ୍ତି । ଚିତ୍କାର କରୁଥିଲେ ମଧ୍ୟ ଛାଡିନାହାନ୍ତି । ଖବର ପାଇ ଭଞ୍ଜନଗର ପୋଲିସ ଏଫଆଇଆର୍‌କୁ ଅପେକ୍ଷା ନକରି ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣକାରୀ ମାନେ ଛାଡି ଦୌଡ଼ି ପଳାଇଛନ୍ତି । ରାଜେଶଙ୍କ ପରିବାରର ତିନି ଜଣ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପତ୍ନୀ ସାଗରୀ ସେଠୀ ଶନିବାର ଭଂଜନଗର ଥାନାରେ ୧୫ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ବେଳେ ପପୁ ସେଠୀକୁ ଭଂଜନଗର ପୋଲିସ ଭାଇରାଲ ହେଉଥିବା ଭିଡିଓକୁ ଯାଞ୍ଚ କରି ଗିରଫ କରି, ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଜୀବନା ନନ୍ଦ ଜେନା ପ୍ରକାଶ କରିଛନ୍ତି ।


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.