ଟାଙ୍ଗୀ ୦୮।୦୩ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୁଣ୍ଡୁରୁପୁର ଛକରେ ପାଲଟିଲା ରଣକ୍ଷେତ୍ର । ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ । ଯେଉଁଥିରେ ଦୁଇଟି ବାଇକ୍ ପୋଡ଼ି ଦେଇଥିବା ବେଳେ ଟେକା ପଥର ମାଡ଼ରେ ଉଭୟ ପକ୍ଷରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗୁଣ୍ଡୁରୁପୁର ଗାଁରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରୁପୁର ଛକ । ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ଟେକା ପଥର ମାରିଥିଲେ । ଏପରିକି ଦୁଇଟି ବାଇକ୍କୁ ମଧ୍ୟ ପୋଡ଼ି ଜାଳି ଦେଇଥିଲେ । ତେବେ ଗଣ୍ଡଗୋଳରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ବିବାଦ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ସହିତ ବାଲୁଗାଁ ଏସଡିପିଓ ଘଟଣାସ୍ଥଳ ପରିଦର୍ଶନ କରି ନଜର ରଖିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।