ଶ୍ରୀମନ୍ଦିର ଭିତରେ ଘଟିଲା ଏମିତି, ଭାଙ୍ଗିଲା ମା’ ହାତ ଆଉ ପୁଅ ଆଙ୍ଗୁଠି

NEWS7
groom-hire-helicopter-fore-her-bride-in-bulandsahar

ପୁରୀ ୨୫।୧: ପୁଣି ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ମା’ ଓ ପୁଅଙ୍କ ଆହତ ହୋଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ଶନିବାକ ଶ୍ରୀମନ୍ଦିର ଭିତରେ ଏଭଳି ଘଟଣା ଘଟିଛି । ଆହତ ମା’-ପୁଅ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ସୁନୀତା ନାୟକ ଏବଂ ପୁଅ ଦୀପକ ନାୟକ । ତେବେ ସୁନୀତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଦୀପକଙ୍କର ଆଙ୍ଗୁଠି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସାତପାହାଚ ନିକଟ ବ୍ୟାରିକେଡ୍ ଭିତରେ ଘଟିଛି ଏଭଳି ଘଟଣା ।

ସୁନୀତା ଏବଂ ତାଙ୍କ ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ଅନ୍ୟ କିଛି ପୁରୁଷ ଭକ୍ତ ଲାଇନ ଭାଙ୍ଗି ତାଙ୍କ ଆଗକୁ ଆସିଯାଇଥିଲେ । ଫଳରେ ସୁନୀତା ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷ ଭକ୍ତମାନେ ସୁନୀତା ଏବଂ ତାଙ୍କ ପୁଅଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉଭୟ ଗୋଷ୍ଠୀଙ୍କୁ ପୋଲିସ ସିଂହଦ୍ଵାର ଥାନାକୁ ନେଇ ତଦନ୍ତ ଚଳାଇଛି ।