ବାରିପଦା ୨୩/୦୬: ଅଦିନିଆ ବର୍ଷାରେ ବେହାଲ ସ୍ଥିତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଫଳରେ ଲୋକଙ୍କ ଜନଜବୀବନକୁ ଅସ୍ତବ୍ୟସ୍ତ କରିଛି ପାଣି । ଘରୁ ବାହାରିବା ହୋଇ ପଡିଛି ମୁସ୍କିଲ୍ । ଅନେକ ସ୍ଥାନରେ ଲୋକେ ପାଣି ଘେରରେ ଫସି ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶୀର୍ଷା ଗ୍ରାମ ପଞ୍ଚାୟତ ନେଦା ଗ୍ରାମ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି ।
ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ବାଧ୍ୟ । ପାଣି ହେଲେ ବି ଲୋକେ ନିଜର କାମ ସାରିବାକୁ ପଛାଉ ନାହାଁନ୍ତି । ବନ୍ୟା ବିଭିଷୀକାରେ ବି ଲୋକେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି । ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ ।
ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟା ଲେଖାଏଁ ପାଣି ଥିବା ବେଳେ ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରକୁ ନେବା ପାଇଁ ବ୍ୟସ୍ତ ।