ଭାରତର ଆଟାକରେ କାନ୍ଦିଲାଣି ପାକିସ୍ତାନ, ବିଶ୍ୱ ସମୁଦାୟକୁ ମାଗିଲାଣି ଭିକ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୦୯।୦୫ : ଋଣ ମାଗୁଛି କାଙ୍ଗାଳିସ୍ତାନ । ଅପରେସନ ସିନ୍ଦୂର ଇଫେକ୍ଟ । ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଋଣ ମାଗିଲାଣି ପାକିସ୍ତାନ। ବିଶ୍ବ ଆଗରେ ଋଣ ପାଇଁ ଗୁହାରି କଲାଣି ପାକିସ୍ତାନ । ଏନେଇ ପାକିସ୍ତାନର ଇକୋନୋମି ଆଫେୟାର୍ସ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଇଛି। 

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ । ଯେଉଁଥିରେ ଶତାଧିକ ଆତଙ୍କୀ ନିପାତ ହୋଇଥିଲେ । ଯାହାର ଜବାବରେ ପାକିସ୍ତାନ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ଯାହାକୁ ପଣ୍ଡ କରିଦେଇଛି ଭାରତୀୟ ସେନା। ଗୁରୁବାର ଦିନ ସକାଳ ସମୟରେ ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍‌ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଥିଲା । ତାପରେ ବି ସୁଧୁରିନଥିଲା ପାକିସ୍ତାନ । ବିଳମ୍ବିତ ରାତିରେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲା ପାକିସ୍ତାନ ଫାଇଟର ଜେଟ୍‌ । ହେଲେ ତାହା ବି ଫେଲ୍‌ ମାରିଥିଲା। ପାକିସ୍ତାନର ତିନୋଟି ଫାଇଟର ଜେଟ୍‌କୁ ମାରି ଖସାଇଥିଲା ଭାରତୀୟ ସେନା । ତେବେ ଭାରତର ଏହି ଆକ୍ରମଣ ପାକିସ୍ତାନରେ ବଡ଼ଧରଣର କ୍ଷତି ହୋଇଛି । ଯାହାକୁ ପୂରଣ ପାଇଁ ବିଶ୍ୱ ସମୁଦାୟ ଆଗରେ ଋଣର ଭିକ ମାଗିଲାଣି ପାକିସ୍ତାନ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ପୋଷ୍ଟ ଅନୁସାରେ ଭାରତର ଏହି ଆକ୍ରମଣରେ ଆମର ବହୁତ ପରିମାଣର କ୍ଷତି ହୋଇଛି ।  ଆମକୁ ଏଥିରୁ ବାହାରିବାକୁ ହେଲେ ସହଯୋଗ ଦରକାର । ତେଣୁ ବିଶ୍ୱ ସମୁଦାୟ ଆଗରେ ଋଣ ମାଗୁଛି । 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.