ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛନ୍ତି ସରକାର, ୬ ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 04, 2025 IST

ଭୁବନେଶ୍ବର ୪: ୮୨୬ ପିଜିଟି ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର । ଆସନ୍ତା ୬ ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାପରେ ଆହୁରି ୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି । 

ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା । ସରକାର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛନ୍ତି । ଖୁବ୍‌ଶୀଘ୍ର ଏହା ପୂରଣ ହେବ । ଏହାସହ ଯାହା ଅସୁବିଧା ଅଛି ତାକୁ ତର୍ଜମା କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ । 

You Can Read:

କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି, ଦୁର୍ନୀତି କ୍ଷେତ୍ରରେ ଆମ ନୀତି ହେଉଛି ‘ଶୂନ୍ୟ ସହନଶୀଳତା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.