ହାତକୁ ଦି'ହାତ ହେଲେ ହିନା ଖାନ, ବୟଫ୍ରେଣ୍ଡ ରକି ଜୟସ୍ଵାଲଙ୍କ ଧରିଲେ ହାତ

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ ୦୫।୦୬; ଅଭିନେତ୍ରୀ ହିନା ଖାନ । ସିରିଏଲ ୟେ ରିସ୍ତା କ୍ୟା କେହଲାତା ହୈରୁ ଫେମ୍‌ ପାଇଥିଲେ । ତାଙ୍କ ଏହି ଚରିତ୍ର ଘରେ ଘରେ ପରିଚିତ ହୋଇଥିଲେ । ଗତ କିଛି ମାସ ହେବ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗରେ ପୀଡିତ । ଏବେ ବି ତାଙ୍କ ଚିକିତ୍ସା ଜାରି ରହିଛି। ହେଲେ ଏହାରି ମଧ୍ୟରେ ବର୍ତ୍ତମାନ ହିନା ଖାନ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ହିନା ବର୍ତ୍ତମାନ ହାତକୁ ଦି'ହାତ ହୋଇଛନ୍ତି । ସେ ତାଙ୍କର ଲଙ୍ଗଟାଇମ୍‌ ବୟଫ୍ରେଣ୍ଡ ରକି ଜୟସ୍ଵାଲଙ୍କୁ ବିବାହ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ଯାହା ଏବେ ଖୁବ ଭାଇରାଲ ହୋଇଛି ।

ତାଙ୍କ ବିବାହ ଫଟୋ ସେୟାର କରି ହିନା ଖାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଦୁଇଟି ଭିନ୍ନ ଦୁନିଆରୁ… ଆମେ ପ୍ରେମର ଏକ ବ୍ରହ୍ମାଣ୍ଡ ସୃଷ୍ଟି କଲୁ । ଆମର ମତଭେଦ ଦୂର ହୋଇଗଲା, ଆମର ହୃଦୟ ଏକ ହୋଇଗଲା ଏବଂ ଏବେ ଏଲ ବନ୍ଧନ ସୃଷ୍ଟି ହୋଇଛି ଯାହା ଜୀବନବ୍ୟାପୀ ରହିବ । ଆମେ ଆମର ଘର, ଆମର ଆଲୋକ, ଆମର ଆଶା ଏବଂ ଏକାଠି ଆମେ ସମସ୍ତ ଅସୁବିଧାକୁ ଦୂର କରିବୁ । ଆଜି, ଆମର ମିଳନ ସବୁଦିନ ପାଇଁ ଭଲପାଇବା ଏବଂ ଆଇନରେ ବନ୍ଦା ହୋଇଛି । ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ଚାହୁଁଛୁ ।

କହିବାକୁ ଗଲେ ହିନା ତାଙ୍କ ବିବାହ ପାଇଁ, ଏକ ଲାଇଟ ଗ୍ରୀନ ରଙ୍ଗର ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ଶହ ଶହ ବର୍ଷ ପୁରୁଣା ମୋଟିଫ୍ ସୁନା ଏବଂ ରୂପା ସୂତାରେ ବୁଣାଯାଇଛି । ହିନା ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଅଳଙ୍କାର ପିନ୍ଧିଥିବା ବେଳେ ରକି ବିବାହ ପାଇଁ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଏକ ହ୍ୱାଇଟ କୁର୍ତ୍ତା ପିନ୍ଧିଥିଲେ । ହିନା ତାଙ୍କ ଦୁପଟାରେ ରକି-ହିନା ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି । ତେବେ ବିବାହର ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କ ଶୁଭକାମନା ଜଣାଇଛନ୍ତି ।

ରକି ଜୟସ୍ଵାଲ କିଏ ?

ରକି ଜୟସ୍ଵାଲ ହିନା ଖାନଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ । ସେ କଷ୍ଟକର ସମୟରେ ମଧ୍ୟ ହିନାଙ୍କ ସହ ଠିଆ ହୋଇଥିଲେ । ରକିଙ୍କ ପ୍ରକୃତ ନାମ ଜୟନ୍ତ ଜୟସୱାଲ। ସେ ଜଣେ ଜଣାଶୁଣା ଟେଲିଭିଜନ ପ୍ରଯୋଜକ ଏବଂ ବ୍ୟବସାୟୀ। ସେ ଅନେକ ଟିଭି ଶୋ’ରେ ପରଦା ପଛରେ କାମ କରିଛନ୍ତି । ହିନାଙ୍କ ସହ ତାଙ୍କର ପ୍ରେମ କାହାଣୀ 'ୟେ ରିସ୍ତ କ୍ୟା କେହଲାତା ହେ' ସେଟ୍‌ରେ ଆରମ୍ଭ ହୋଇଥିଲା । ହିନା ଏଥିରେ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମୟ ସହିତ, ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା ଏବଂ ଏହି କପଲ  ୨୦୧୭ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.