Live Live
LIVE

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦୁବାଇରେ କମିଲା ସୁନା ମୂଲ୍ୟ, ଭାରତରେ କମିବ କି’ ଦାମ୍ ?

NEWS7
gopalpur-mla-pradeep-panigrahi-joins-bjp-in-the-presence-of-partys-state-president

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ତେଲ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ରପ୍ତାନୀରେ ବାଧା ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଯୁଦ୍ଧର ବଡ଼ ପ୍ରଭାବ ସୁନା ବଜାର ଉପରେ ମଧ୍ୟ ପଡ଼ିଛି। ଯେଉଁ କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ପିଛା ୫ ହଜାର ଡଲାର ଅତିକ୍ରମ କରିଛି। ଆଉ ସ୍ଥିତି ଏଭଳି ହୋଇଛି ଏବେ ଦୁବାଇର ବ୍ୟବସାୟୀମାନେ ଏହାକୁ ଅଧିକ ରିହାତିରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।

ଦୁବାଇରେ ସୁନା କାହିଁକି 'ଶସ୍ତା' ହେଲା?

ଦୁବାଇକୁ ସାରା ବିଶ୍ୱରେ ସୁନା ବିଶୋଧନ ଏବଂ ରପ୍ତାନି ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ବିବେଚନା କରାଯାଏ। ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ ଏବଂ ଅନେକ ଆଫ୍ରିକୀୟ ଦେଶରୁ ସୁନା ଦୁବାଇ ଦେଇ ଏସିଆ ଏବଂ ଭାରତରେ ପହଞ୍ଚେ। କିନ୍ତୁ, ଇରାନ ଦ୍ୱାରା ଆକ୍ରମଣ ଫଳରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆକାଶପଥ ଆଂଶିକ ଭାବରେ ବନ୍ଦ ହୋଇଯାଇଛି।

ସୁନାକୁ ସାଧାରଣତଃ ଯାତ୍ରୀ ବିମାନର କାର୍ଗୋ ହୋଲ୍ଡରେ ପଠାଯାଏ। ହେଲେ ଦୁବାଇରେ ଉଡ଼ାଣ ବାତିଲ କିମ୍ବା କଠୋର କଡ଼ା କଟକଣା ଯୋଗୁ, ଯୋଗାଣକାରୀମାନେ ଏବେ ସାମଗ୍ରୀ ପଠାଇ ପାରୁନାହାଁନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ବ୍ୟବସାୟୀମାନେ ନୂଆ ଅର୍ଡର ମଧ୍ୟ ରଖୁନାହାଁନ୍ତି। ପରିବହନ ଏବଂ ବୀମା ଖର୍ଚ୍ଚ ଆକାଶଛୁଆଁ ହେଉଛି ଏବଂ ସାମଗ୍ରୀ ଠିକ୍ ସମୟରେ ପହଞ୍ଚିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ ସ୍ଥଳପଥ ମଧ୍ୟ ବର୍ତ୍ତମାନ ସ୍ଥିତିରେ ନିରାପଦ ନାହିଁ।  ଏମିତିରେ ସଂରକ୍ଷଣ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ବ୍ୟବସାୟୀମାନେ ଏବେ ଲଣ୍ଡନ ବେଞ୍ଚମାର୍କ ମୂଲ୍ୟଠାରୁ ପ୍ରତି ଆଉନ୍ସ ପିଛା ୩୦ ଡଲାର ପର୍ଯ୍ୟନ୍ତ ରିହାତିରେ ସୁନା ବିକ୍ରି କରୁଛନ୍ତି।

ଭାରତର ସାଧାରଣ କ୍ରେତାଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ଭାରତ ଦୁବାଇରୁ ସୁନା ଆମଦାନୀ କରୁଥିବା ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରୁ ଗୋଟିଏ।ଫଳସ୍ୱରୂପ, ସାଧାରଣ ଭାରତୀୟ ଗ୍ରାହକ ବର୍ତ୍ତମାନ ନ୍ଦ୍ବନ୍ଦ୍ବରେ। ଏହା ଯୋଗୁ ସୁନା ଶସ୍ତା ହେବ ନା ବଜାରରେ ଅଭାବ ସୃଷ୍ଟି ହେବ ?  ଅଗମୋଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡର ଗବେଷଣା ମୁଖ୍ୟ ରେନିଶା ଚୈନାନିଙ୍କ ଅନୁଯାୟୀ, ଦୁବାଇରୁ ଅନେକ କାର୍ଗୋ ଅଟକି ରହିଛି। ଏହା ଭାରତରେ ଭୌତିକ ସୁନାର ଅସ୍ଥାୟୀ ଅଭାବ ସୃଷ୍ଟି କରିଛି। ତଥାପି, ସାଧାରଣ କ୍ରେତାମାନଙ୍କୁ ବର୍ତ୍ତମାନ ପାଇଁ ଭୟଭୀତ ହେବା ଆବଶ୍ୟକ ନାହିଁ।

ମେଟାଲ୍ସ ଫୋକସର ଦକ୍ଷିଣ ଏସିଆ ମୁଖ୍ୟ ପରାମର୍ଶଦାତା ଚିରାଗ ଶେଠ କହିଛନ୍ତି, ବର୍ତ୍ତମାନ ଭାରତୀୟ ଡିଲରଙ୍କ ପାଖରେ ପ୍ରଚୁର ପରିମାଣର ସୁନା ଅଛି। ତଥାପି ସେ ସ୍ପଷ୍ଟ କହିଛନ୍ତି ଯେ, ଯଦି ଏହି ଯୁଦ୍ଧ ଏବଂ ପରିବହନ ସଙ୍କଟ ଆଉ କିଛି ମାସ ପାଇଁ ଜାରି ରହେ, ତେବେ ଏହା ନିଶ୍ଚିତ ଭାବରେ ଭାରତୀୟ ବଜାରରେ ଏକ ପ୍ରମୁଖ ଯୋଗାଣ ସମସ୍ୟା ସୃଷ୍ଟି କରିପାରେ।

ସ୍ପଟ୍ ସୁନା ମୂଲ୍ୟ ପ୍ରାୟ ୨୦% ବୃଦ୍ଧି

ଚଳିତ ବର୍ଷ ଏପର୍ଯ୍ୟନ୍ତ ସ୍ପଟ୍ ସୁନା ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ଆଉନ୍ସ ପ୍ରତି ୫,୧୭୨ ଡଲାରରେ କାରବାର କରୁଛି। ତଥାପି, ଡଲାର ସୁଦୃଢ଼ ​​ହେବା ଯୋଗୁ ଚଳିତ ସପ୍ତାହରେ ବାଣିଜ୍ୟରେ କିଛି ଅସ୍ଥିରତା ଦେଖାଯାଇଛି।

ପ୍ରସ୍ତୁତ ହୋଇସାରିଥିବା ସୁନା ବ୍ୟତୀତ ଖଣିରୁ ସିଧାସଳଖ 'ଡୋର୍' (ଅର୍ଦ୍ଧ-ପରିଶୋଧିତ ସୁନା ବାର୍) ଯୋଗାଣ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଭାରତର ସର୍ବବୃହତ ମୂଲ୍ୟବାନ ଧାତୁ ବିଶୋଧନାଗାର, MMTC-PAMPର ପରିଚାଳନା ନିର୍ଦ୍ଦେଶକ ସମିତ ଗୁହା କହିଛନ୍ତି ଯେ, ଏହାର ପ୍ରାୟ ୧୦% ଡୋର୍ ମଧ୍ୟପ୍ରାଚ୍ୟର ଏକ ଖଣିରୁ ଆସିଥାଏ। ଯାହାର ଯୋଗାଣ ଏବେ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ଅନ୍ୟ ସ୍ଥାନରୁ ଆସୁଥିବା ନୂତନ ଚୁକ୍ତି ପାଇଁ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲଜିଷ୍ଟିକ୍ସ ଖର୍ଚ୍ଚ ୬୦%ରୁ ୭୦% ବୃଦ୍ଧି ପାଇଛି।