ଏଜି ଛକରେ ବଡ଼ଧରଣର ଦୁର୍ଘଟଣା, ଯାତ୍ରୀବାହୀ ଅଟୋକୁ ପିଟିଲା ହାଇଓ୍ୱା

NEWS7
gopal-chandra-kar-passes-away

ଭୁବନେଶ୍ୱର ୨୩।୧୨ : ଭୁବନେଶ୍ୱର ଏଜି ଛକରେ ବଡ଼ଧରଣର ଦୁର୍ଘଟଣା । ପାସେଞ୍ଜର ଅଟୋକୁ ଧକ୍କା ଦେଲା ହାଇଓ୍ୱା । ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲରେ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ଅଟୋଟି ରେଲଓ୍ୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେଉ ଯାଉଥିଲା। ବିପରୀତ ଦିଗରେ ଏକ ହାଇଓ୍ୱା ଟ୍ରକଟି ଆସୁଥିଲା । ଏହି ସମୟରେ ଅଟୋଟି ହଠାତ୍ ସାମ୍ନାକୁ ଚାଲିଆସିଥିଲା । ଅଟୋକୁ ରକ୍ଷା କରିବାକୁ ଯାଇ ଡିଭାଇଡରରେ ଉପରେ ଚଢାଇ ଦେଇଥିଲା ହାଇଓ୍ୱା । ସେହିପରି ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା ହାଇଓ୍ୱା। ଯାହାଫଳରେ କି ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।ସେପଟେ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ୱା ଚାଳକକୁ ଅଟକ ରଖିଛି।