‘ସୂର୍ଯ୍ୟକୁମାର ମେସେଜ୍ କରୁଥିଲେ’ ମନ୍ତବ୍ୟ ପାଇଁ ଫସିଲେ ଅଭିନେତ୍ରୀ, ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ କ୍ରିକେଟରଙ୍କ ଫ୍ୟାନ୍‌

NEWS7
google-lays-off-hundreds-of-employees-from-android-pixel-groups

ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଦେଇଥିବା ବୟାନ ପରେ ଅଭିନେତ୍ରୀ ଏବଂ ମଡେଲ ଖୁସୀ ମୁଖାର୍ଜୀ ବିବାଦରେ ଫସିଛନ୍ତି। ସୂର୍ଯ୍ୟକୁମାରଙ୍କ ସମର୍ଥକ ଫୈଜାନ ଅନସାରୀ ଖୁସି ମୁଖାର୍ଜୀଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଗାଜିପୁର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ତଥାପି, ଏଫଆଇଆର ରୁଜୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଫୈଜାନ ଅନସାରୀ ଅଭିଯୋଗ କରିଛନ୍ତି ଯେ, ଖୁସୀ ମୁଖାର୍ଜୀ ଜାଣିଶୁଣି ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ଏପରି ବୟାନ ଦେଇଥିଲେ । ଏହା ଜଣେ ଜାତୀୟ ସ୍ତରୀୟ ଖେଳାଳିଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ। ସେ ଦାବି କରିଛନ୍ତି ଯେ, ଏହି ମନ୍ତବ୍ୟ କୌଣସି ପ୍ରମାଣ ବିନା ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ଦିଆଯାଇଛି।

ଖୁସୀ ମୁଖାର୍ଜୀ କିଛି ଦିନ ପୂର୍ବରୁ ଦାବି କରିଥିଲେ ଯେ, ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ତାଙ୍କୁ ପ୍ରାୟତଃ ମେସେଜ୍ କରୁଥିଲେ। ତେବେ ସେ ସ୍ପଷ୍ଟ କରିଥିଲେ ଯେ, ତାଙ୍କର ଏବଂ ସୂର୍ଯ୍ୟକୁମାରଙ୍କ ମଧ୍ୟରେ କେବେବି କୌଣସି ପ୍ରେମ ସମ୍ପର୍କ ନଥିଲା।ଏହି ବିବାଦ ପରେ ଖୁସୀ ମୁଖାର୍ଜୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କର କେବେ ପ୍ରେମ ସମ୍ପର୍କ ନଥିଲା ।

ଅଭିନେତ୍ରୀ କହିଛନ୍ତି, ତାଙ୍କ ମନ୍ତବ୍ୟକୁ ଅଧିକ ରଙ୍ଗ ଦିଆଯାଇଛି । ଫଳରେ ଭୁଲ ବୁଝାମଣା ସୃଷ୍ଟି ହୋଇଛି । ଖୁସି ଏହା ମଧ୍ୟ ଦାବି କରିଥିଲେ ଯେ, ସେହି ସମୟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କର ଯୋଗାଯୋଗ ବନ୍ଧୁତା ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବିବାଦ ପରଠାରୁ ସେ ତାଙ୍କ ସହ କଥା ହୋଇନାହାନ୍ତି।