କଟକରେ ହୋଟେଲ ନୁହେଁ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦିଅନ୍ତୁ ରାଜ୍ୟ ସରକାର, ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ନିର୍ମାଣ କରନ୍ତୁ

NEWS7
goods-worth-lakhs-of-rupees-were-looted-in-sishupalagarh

କଟକ ୧୩।୧: ପୁଣି ଏକ ବୟାନ ଦେଇ ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦ କହିଛନ୍ତି ହୋଟେଲ ନୁହେଁ ରାଜ୍ୟ ସରକାର କଟକରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦିଅନ୍ତୁ । କଟକରେ ଶିକ୍ଷା ହବ୍ର ଆବଶ୍ୟକତା ରହିଛି । ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ନିର୍ମାଣ କରନ୍ତୁ ରାଜ୍ୟ ସରକାର ।

ପୂର୍ବରୁ ଭୁବନେଶ୍ୱରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ନିର୍ମାଣ ହୋଇଛି । ପୁଣି ଆଉ ଏକ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭୁବନେଶ୍ୱରରେ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଏହାକୁ ପୁର୍ନବିଚାରକୁ ନେବେ ବୋଲି ଆଶା । ଭୁବନେଶ୍ବର ନୁହେଁ କଟକରେ ଏକ ୱାର୍ଲ୍ଡ ସ୍କିଲ୍ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଯେଉଁଠି ଯୁବବର୍ଗ ମାନେ ଅଧିକ ପରିମାଣରେ ଟ୍ରେନିଂ ପାଇବେ । ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଭୁବନେଶ୍ୱରରେ ଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ୧୧ଟି ଯାକ ତାଲା ସମ୍ପୂର୍ଣ୍ଣ ଭାବେ ବିନିଯୋଗ ହେଉନାହିଁ । ତେଣୁ ଭୁବନେଶ୍ୱରରେ ଆଉ ଗୋଟେ କରିବାର ଆବଶ୍ୟକତା କ'ଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।