କଟକ ୩୦।୦୬ : ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ । କଟକ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଯେଉଁଥିରେ ତିନୋଟି ବଗି ଟ୍ରାକରୁ ଖସିଯାଇଥିବା ଜଣାପଡିଛି ।
ଖବର ଅନୁଯାୟୀ, କଟକ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଟ୍ରେନ୍ର ତିନୋଟି ବଗି ଟ୍ରାକ୍ରୁ ଖସିଥିବା ଜଣାପଡିଛି । କଟକ ଓଏମ୍ପି ଓଭରବ୍ରିଜ୍ ନିକଟ ଷ୍ଟେସନକୁ ଆସୁଥିବା ବେଳେ ଘଟିଛି ଅଘଟଣ । ଯାହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଗୋଟିଏ ଟ୍ରାକ୍ରେ ଏହି ଅଘଟଣ ଘଟିଥିବା ବେଳେ ଅନ୍ୟ ସବୁ ଧାରଣାରେ ଟ୍ରେନ୍ ଚଳାଚଳା ଜାରି ରହିଛି ।