ଅହମ୍ମଦାବାଦ – ଜିନ୍ଦେଗୀ କୈସି ହୈ ପହେଲି ହାୟ ...କଭି ୟେ ରୁଲାଏ..କଭି ୟେ ହସାଏ ... ନିଜ ସମୟରେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଉପରେ ଦୃଶାୟନ ଆନନ୍ଦ ଫିଲ୍ମର ଏହି ଗୀତ କାହିଁକି କେଜାଣି ୧୨ ଜୁନରେ ଅହମ୍ମଦାବାଦରେ ହୋଇଥିବା ପ୍ଲେନ୍ କ୍ରାସ୍ ଘଟଣା ସହ ମିଶି ଯାଉଛି। ପାଇଲଟ , କ୍ରୁ ଓ ୨୩୦ ଜଣ ଯାତ୍ରୀଙ୍କୁ ନେଇ ବିମାନ ଅହମ୍ମଦାବାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ନିଶ୍ଚୟ ଉଡ଼ି ଥିଲା , ହେଲେ କେବେ ଫେରିବା ପାଇଁ ନୁହେଁ , ଏୟାର ଇଣ୍ଡିଆର ବିମାନ ଭିତରେ ଥିବା ସବୁ ଲୋକଙ୍କ ଏହା ଅନ୍ତିମ ଯାତ୍ରା ସାବ୍ୟସ୍ତ ହୋଇଛି। ଏଥିରେ ୫୩ ବ୍ରିଟିଶ ନାଗରିକ ମଧ୍ୟ ଥିଲେ। ଏହି ମଧ୍ୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଏଥିରେ ଦୁଇ ଜଣେ ବିଦେଶୀ ନାଗରିକ ଦେଖା ଯାଉଛନ୍ତି। ଉଭୟ ଭିଡ଼ିଓ କରିବା ସମୟରେ ଏହି କହୁଛନ୍ତି ଯେ ତାଙ୍କୁ ନିଜ ଦେଶ ଅର୍ଥାତ୍ ଲଣ୍ଡନ ଯିବାକୁ କେତେ ଖୁସି , କିନ୍ତୁ ଦୁଃଖର କଥା ଏହା ହୋଇ ପାରିଲା ନାହିଁ ଏବଂ ଏହି ଖୁସି ସବୁଦିନ ପାଇଁ ଶୋକ ପାଲଟି ଗଲା।
ଅହମ୍ମଦାବାଦ ଏୟାରପୋର୍ଟର ଉଡ଼ାଣ ପୂର୍ବରୁ ବ୍ରିଟିଶ ନାଗରିକ ଫିୟୋନଗଲ ଗ୍ରିନଲା-ମିକ୍ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ସେ ତାଙ୍କର ପାର୍ଟନରଙ୍କୁ ଖୁସି ଜଣାଇବା ସହ କହିଛନ୍ତି ଯେ, ଖୁସି ଖୁସି ଓ ଶାନ୍ତିରେ ଫେରୁଛୁ। ୧୨ ଜୁନରେ କରାଯାଇ ଥିବା ଏହି ପୋଷ୍ଟ ତାଙ୍କର ଶେଷ ପୋଷ୍ଟ ଥିଲା, କରଣ ସରଦାର ବଲ୍ଲଭଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ବିମନ ବନ୍ଦରରୁ ଉଡ଼ାଣ ଭରିବାର କିଛି ହିଁ ସମୟରେ ପରେ ବୋଇଂ ୭୮୭-୮ (ଏଆଇ ୧୭୧) ଏକ ମେଡିକାଲ କଲେଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତ ଏଥିରେ ବସିଥିବା ୨୪୧ ଜଣ ଲୋକଙ୍କ ସହ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଫିୟୋନଗଲ ନିଜର ସ୍ୱାମୀ ଜେମି ମିକ୍ଙ୍କ ସହ ଯାତ୍ରା କରୁଥିଲେ ଏବଂ ଏହି ଦମ୍ପତିଙ୍କର ଶେଷ ଯାତ୍ରା ସାବ୍ୟସ୍ତ ହୋଇଥିଲା। ଭିଡ଼ିଓରେ ଖୁସି ଖୁସି ଲାଗୁଥିବା ଦମ୍ପତିଙ୍କୁ ଏହା କହିବାର ଦେଖା ଯାଉଥିବା ଯେ, ଆମେ ବିମାନ ବନ୍ଦରରେ ଅଛୁ , ବାସ୍ ବୋର୍ଡିଂ କରୁଛୁ। ଅଲବିଦା ଭାରତ। ଏହି ପୋଷ୍ଟରେ ଦମ୍ପତି ଖୁସି ଖୁସିରେ କଥାବାର୍ତ୍ତା କରିବା ଏବଂ ଫିୟୋନଗଲ ହସିବା ସହ କହୁଛନ୍ତି , ନିଜ ସହ ଧୈର୍ଯ୍ୟ ନହରାନ୍ତୁ । ଖୁସି–ଖୁସି , ଶାନ୍ତିରେ ଫେରୁଛୁ।
ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ସୁଟ୍ କରାଯାଇ ଥିବା ଆଉ ଏକ ଭିଡ଼ିଓରେ ଫିୟୋନଗଲ ଭାରତରେ ନିଜର ପ୍ରବାସ ଓ ଦେଶରେ ନିଜର ଶେଷ ରାତି ବିଷୟରେ କହିଛନ୍ତି , ଏହା ଭାରତରେ ଆମର ଶେଷ ରାତି ଏବଂ ଏଠାରେ ଖୁବ୍ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷ ରହିଛି। ଆମେ ଏସବୁ ଏକାଠି ରଖି ପୂରା ଯାତ୍ରା ବିଷୟରେ ଏକ ବ୍ଲଗ୍ କରିବୁ। ଏହି ବ୍ଲଗ୍ , ଯାହା ଦୁଃଖଦ ଭାବେ କେବେ ହୋଇ ପାରିଲା ନାହିଁ। ଫିୟୋନଗଲଙ୍କ ପାର୍ଟନର ଜେମିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖିବା ତ ଏଥିରେ ସେ ଏକ ଆଧ୍ୟାତ୍ମିକ ଅଭ୍ୟାସୀ ଓ ଯୋଗ ଶିକ୍ଷକ , ଭେଲନେସଫାଉଣ୍ଡ୍ରିରେ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଓ ମୁଖ୍ୟ ଭାବେ ଅଛନ୍ତି।
ନିଜର ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ଫିୟୋନଗଲ ନିଜକୁ ଜଣେ ଫ୍ୟାଶନ ଡିଜାଇନରରୁ ଆଧ୍ୟାତ୍ମିକ ପରାମର୍ଶଦାତା ହେବାର ବ୍ୟକ୍ତି ଭାବେ କୁହନ୍ତି , ଯାହାଙ୍କର ଖୁବ୍ ଡିମାଣ୍ଡ ରହିଛି।