IPL Final ପୂର୍ବରୁ RCB ପାଇଁ ଖୁସିର ଖବର, ଦଳକୁ ଫେରି ଆସିଲେ ଷ୍ଟାର ଖେଳାଳି

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ଫାଇନାଲ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପାଇଁ ବଡ଼ ସମସ୍ୟା ଥିଲା। ଦଳର ଓପନର ତଥା ବିରାଟ କୋହଲିଙ୍କ ଓପନିଂ ପାର୍ଟନର ଫିଲ ସଲ୍ଟଙ୍କ ଟାଇଟଲ୍ ମୁକାବିଲା ଖେଳିବା ନେଇ ଆଶା ନ ଥିଲା, କାରଣ ସେ ଫାଇନାଲ୍‌ର ଗୋଟିଏ ଦିନ ପୂର୍ବର ସୁଦ୍ଧା ଭାରତରେ ନ ଥିଲେ। ହେଲେ ଆରସିବି ପାଇଁ ଆସିଛି ବଡ଼ ଖୁସିର ଖବର। ଫିଲ୍ ସଲ୍ଟ ଭାରତ ଫେରି ଆସିଛନ୍ତି ଏବଂ ସେ ଅହମ୍ମଦାବାଦରେ ପହଞ୍ଚି ଯାଇଛନ୍ତି। ଏଠାରେ ଆଜି ଆଇପିଏଲ୍ ୨୦୨୫ର ଫାଇନାଲ୍ ମୁକାବିଲା ଖେଳାଯିବ। 

ଯେବେ ଫିଲ ସଲ୍ଟ ସୋମବାର ଜୁନ ୨ ତାରିଖରେ ଆରସିବିର ଟ୍ରେନିଂ କ୍ୟାମ୍ପରେ ସାମିଲ ହୋଇ ନ ଥିଲେ, ପ୍ରାୟ ସମସ୍ତଙ୍କୁ ଲାଗିଲା ଯେ, ସଲ୍ଟ ଆରସିବି ପକ୍ଷରୁ ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ। କାରଣ ସଲ୍ଟ ଭାରତରୁ ଉଡ଼ାଣ ଭରି ଇଂଲଣ୍ଡରେ ପହଞ୍ଚି ସାରିଥିଲେ। ନିଜ ସନ୍ତାନର ଜନ୍ମ ପାଇଁ ସେ ଇଂଲଣ୍ଡ ଯାଇଥିଲେ। ତେଣୁ କେହି ଆଶା କରି ନ ଥିଲେ ଯେ, ସଲ୍ଟ ଭାରତ ଫେରି ପାରିବେ। 

Also read: IPLରୁ ମୋଟ କେତେ ରୋଜଗାର କରେ ଜିଓ ହଟ୍‌ଷ୍ଟାର୍‌ ? ଆୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ହେଲେ ସଲ୍ଟ ଫାଇନାଲ ପୂର୍ବରୁ କେବଳ ଭାରତ ଫେରି ନାହାନ୍ତି ବରଂ ଅହମ୍ମଦାବାଦରେ ଟିମ୍ ହୋଟେଲରେ ପହଞ୍ଚି ଦଳ ସହ ଯୋଗ ଦେଇଛନ୍ତି। ସେ ଏବେ ବିଶ୍ରାମ ନେଉଛନ୍ତି।  ସନ୍ଧ୍ୟାରେ   ଫାଇନାଲ୍‌ ପ୍ରସ୍ତୁତିରେ ଜୁଟିଥିବେ। ଉଲ୍ଲେଖନୀୟ ଆରସିବି ଦୀର୍ଘ ୯ ବର୍ଷ ପରେ ଫାଇନାଲ୍ ଖେଳିବ। 

ଆରସିବିର ଅଧିନାୟକ ରଜତ ପାଟିଦାର ଫାଇନାଲ୍‌ର ପୂର୍ବ ସନ୍ଧ୍ୟାରେ ସଲ୍ଟଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା। ହେଲେ ସେ ଏହା ଉପରେ କୌଣସି ଉତ୍ତର ଦେଇ ନ ଥିଲେ। ହେଲେ ଏବେ ଆରସିବିର ସମସ୍ୟାର ସମାଧାନ ହୋଇଛି। ଦଳ ଚତୁର୍ଥ ଥର ଫାଇନାଲ୍ ଖେଳିବାକୁ ପ୍ରସ୍ତୁତ ହୋଇ ଯାଇଛି। ଦଳ ଏ ପର୍ଯ୍ୟନ୍ତ ଟ୍ରଫି ଜିତି ପାରିନି। ତେଣୁ ଏଥର ଟ୍ରଫି ମରୁଡ଼ିର ଅନ୍ତ ଘଟାଇବାକୁ ଆରସିବି ଅଣ୍ଟା ଭିଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.