ନୂଆଦିଲ୍ଲୀ ୨୩।୮: ସୁପ୍ରିମକୋର୍ଟ କଣ୍ଟ୍ରାକଚୁଆଲ କର୍ମଚାରୀଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେମାନଙ୍କୁ ନିୟମିତ ନିଯୁକ୍ତି ଦେବାକୁ ଆଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି। ସୂଚନା ଅନୁସାରେ ୧୯୮୯ରୁ ୧୯୯୨ ମସିହା ପର୍ଯ୍ୟନ୍ତ ବାହନ ଚାଳକ ରୂପେ ସେବା ଦେଇଥିବା ଉତ୍ତରପ୍ରଦେଶ ଉଚ୍ଚଶିକ୍ଷା ସେବା ଆୟୋଗଙ୍କ ଅନିୟମିତ କର୍ମଚାରୀମାନେ ନିୟମିତ ନିଯୁକ୍ତି ଦାବି କରିଥିଲେ। ତେବେ ଆୟୋଗ ସେମାନଙ୍କ ଦାବିକୁ ବିଭିନ୍ନ କାରଣରୁ ଅଗ୍ରାହ୍ୟ କରିଦେଇଥିଲେ।
କର୍ମଚାରୀମାନେ ଏ ନେଇ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ ସେଠାରୁ ମଧ୍ୟ ନିରାଶ ହୋଇଥିଲେ। ତେବେ ବାହନ ଚାଳକମାନେ ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କଣ୍ଟ୍ରାକଚୁଆଲ କର୍ମଚାରୀଙ୍କ ମାମଲାର ଶୁଣାଣି କରିଥିଲେ। ମାମଲାରେ ସୁପ୍ରିମକୋର୍ଟଙ୍କ ଡବଲ ବେଞ୍ଚ କହିଛନ୍ତି ଯେ କୌଣସି କର୍ମଚାରୀଙ୍କ ନିୟମିତକରଣ ଏହା କହି ରୋକା ଯାଇ ପାରିବନି ଯେ ତାଙ୍କର ନିଯୁକ୍ତି ଦୈନିକ ବେତନ ଭୋଗୀ ଭାବେ ହୋଇଥିଲା ଓ ତାହା ସ୍ୱୀକୃତ ପଦବୀ ନୁହେଁ।
ଏହା ଛଡା ରାଜ୍ୟ କେବଳ ଏକ ବଜାର ଭାଗିଦାର ନୁହେଁ ବରଂ ଏକ ସମ୍ବିଧାନିକ ନିଯୁକ୍ତିଦାତା। ରାଜ୍ୟ ସେହି ଲୋକଙ୍କ ପୀଠିରେ ବଜେଟ ସନ୍ତୁଳନ କରିପାରିବ ନାହିଁ ଯେଉଁମାନେ ସବୁଠୁ ଭିତ୍ତିଭୂମି ଓ ସ୍ଥାୟୀ ସାର୍ବଜନିକ କାମ କରୁଛନ୍ତି। କୋର୍ଟ କହିଛନ୍ତି ଯେ କାମ ଦିନକୁ ଦିନ ଓ ବର୍ଷକୁ ବର୍ଷ ଦୋହରାଯାଉଛି। ଏପରି କ୍ଷେତ୍ରରେ ଅସ୍ଥାୟୀ ବ୍ୟବସ୍ଥା ମାଧ୍ୟମରେ ଶ୍ରମିକଙ୍କ ଶୋଷଣ କରାଯାଇ ପାରିବନି। ଅସ୍ଥାୟୀ ଲେବୁଲ ଅନୁସାରେ ନିୟମିତ ଶ୍ରମ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଷଣ କରିବା ସାର୍ବଜନିକ ପ୍ରଶାସନ ଉପରେ ବିଶ୍ୱାସ ହ୍ରାସ କରେ ଓ ସମାନତାର ପ୍ରତିଶ୍ରୁତିକୁ ଠେସ ପହଞ୍ଚାଏ।
ସେହିପରି ନ୍ୟାୟାଳୟ କହିଛନ୍ତି ଯେ ଆର୍ଥିକ ଅନଟନ ଏକ ବାହାନା ନୁହେଁ ଯାହା ନିରପେକ୍ଷତା ଓ ସମ୍ବିଧାନିକ ଦାୟିତ୍ୱକୁ ଓଭର ରାଇଡ କରି ପାରିବ। ଶୁଣାଣିରେ ଆବେଦନକାରୀଙ୍କ ସହିତ ଭେଦଭାବ କରାଯାଇଥିବା କୋର୍ଟ ଜାଣିବାକୁ ପାଇଛନ୍ତି। କାରଣ ସମାନ କାମ କରୁଥିବା ଅନ୍ୟ କର୍ମଚାରୀଙ୍କୁ ନିୟମିତ କରାଯାଇଥିଲା। ଏଣୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୋଟିଏ ସଂସ୍ଥାରେ ଚୟନାତ୍ମକ ନିୟମିତ କରଣ ଓ ଅନ୍ୟମାନଙ୍କୁ ଦୈନିକ ମଜୁରିରେ ରଖିବା ସମାନତାର ସ୍ପଷ୍ଟ ଉଲ୍ଲଂଘନ। ଏକ ସାମ୍ବିଧାନିକ ନିଯୁକ୍ତିଦାତା ରୂପେ ରାଜ୍ୟ ସରକାରଙ୍କୁ ଉଚ୍ଚମାନକରେ ରଖାଯାଇଛି।
କୋର୍ଟ ସରକାରଙ୍କୁ ଏହି ଆଦେଶ ମଧ୍ୟ ଦେଇଛନ୍ତି ଯେ ନିୟମିତକରଣ ପରେ କର୍ମଚାରୀଙ୍କୁ ନ୍ୟୁନତମ ବେତନ ମଧ୍ୟ ରଖାଯାଇ ପାରିବନାହିଁ। ତାଙ୍କ ବେତନ ବୃଦ୍ଧି ସହିତ ଅନ୍ୟ ଭତ୍ତାର ମଧ୍ୟ ଲାଭ ମିଳିବା ଉଚିତ। ଏହା ସହିତ ବରିଷ୍ଠତା ଓ ପଦୋନ୍ନତୀ ପାଇଁ ସେବା କାଳ ଗଣନା ୨୦୦୨ ମସିହାରୁ ହେବା ଉଚିତ।