‘ଖୁବଶୀଘ୍ର ଜିହାଦ କରିବି’: ଆମେରିକାରେ ନ୍ୟୁ ଇୟରରେ ହୋଇଥାନ୍ତା ବଡ଼ ଆତଙ୍କବାଦୀ ଆକ୍ରମଣ ? ଷଡ଼ଯନ୍ତ୍ର ପଣ୍ଡ କଲା FBI

NEWS7
gold-medalist-arshad-nadeem-to-get-pakistans-second-highest-civilian-honour--

ନୂଆଦିଲ୍ଲୀ: ଆମେରିକାରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି । ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ଏହି ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜଣେ ଯୁବ ଆଇଏସଆଇଏସ୍ ସମର୍ଥକଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉତ୍ତର କାରୋଲିନାର ମିଣ୍ଟ ହିଲରୁ ଗିରଫ କରାଯାଇଛି । ଗିିରଫ ଯୁବକଙ୍କୁ ୧୮ ବର୍ଷ ହୋଇଥିବା ବେଳେ ତାର ନାଁ ଖ୍ରୀଷ୍ଟିଆନ୍ ଷ୍ଟର୍ଡିଭାଣ୍ଟ ବୋଲି ଜଣାପଡ଼ିଛି । ଖ୍ରୀଷ୍ଟିଆନ ନିଜ ଡାଏରୀରେ ଆତଙ୍କବାଦୀ ଆକ୍ରମଣର ପୂରା ଯୋଜନା ଉଲ୍ଲେଖ କରିଥିଲା । ଆକ୍ରମଣରେ ବ୍ୟବହାର ହେବାକୁ ଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଖ୍ରୀଷ୍ଟିଆନ ଆଇଏସଆଇଏସ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ଥିଲା ବୋଲି ତଦନ୍ତରେ ଜଣାପଡ଼ିଛି ।

ଏଫବିଆଇ ଅଧିକାରୀଙ୍କ ଅନୁସାରେ, ଖ୍ରୀଷ୍ଟିଆନ ଷ୍ଟର୍ଡିଭାଣ୍ଟ ସିରିଆର ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସମର୍ଥକ । ଆତଙ୍କୀ ସଂଗଠନର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେ ନିଜକୁ ଆଇଏସଆଇଏସ ସୈନିକ (ଆତଙ୍କବାଦୀ) ବୋଲି କହିବା ଆରମ୍ଭ କରିଥିଲେ । ଡିସେମ୍ବର ୨୦୨୫ରେ, ଖ୍ରୀଷ୍ଟିଆନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଣ-ମୁସଲିମ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣା ସୃଷ୍ଟିକାରୀ ପୋଷ୍ଟ କରିଥିଲା । ଆମେରିକୀୟ ପୋଲିସ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖିବା ବେଳେ ଖ୍ରୀଷ୍ଟିଆନ ପୋଷ୍ଟ ପଢ଼ିବା ପରେ ସନ୍ଦେହ ବଢିଥିଲା ।

ଆକ୍ରମଣର ଯୋଜନା ଡାଏରୀରେ ଲେଖାଯାଇଥିଲା

ତଦନ୍ତକାରୀ ସଂସ୍ଥା ଅନୁଯାୟୀ,  ଖ୍ରୀଷ୍ଟିଆନ ଆଇଏସଆଇଏସ ସମର୍ଥନରେ ଜିହାଦ ଉପରେ ପୋଷ୍ଟ ଲେଖୁଥିଲା । ତେଣୁ, ତଦନ୍ତକାରୀ ଅଧିକାରୀ ଖ୍ରୀଷ୍ଟିଆନଙ୍କୁ ଖୋଜି ବାହାର କରିଥିଲେ ଏବଂ ଡିସେମ୍ବର ୨୯ରେ ତାଙ୍କ ନର୍ଥ କାରୋଲିନା ଘରେ ଚଢାଉ କରିଥିଲେ । ସନ୍ଧାନ ବେଳେ ଖ୍ରୀଷ୍ଟିଆନର ଡାଏରୀ ମିଳିଥିଲା । ଏଥିରେ  "ନୂଆ ବର୍ଷ ଆକ୍ରମଣ ୨୦୨୬" ବୋଲି ଲେଖା ଯାଇଥିଲା । ଡାଏରୀ ଭିତରେ ସେ ନର୍ଥ କାରୋଲିନାରେ ଏକ ରେଷ୍ଟୁରାଣ୍ଟ ଏବଂ ଷ୍ଟୋର ଉପରେ ଆକ୍ରମଣ କରି ପ୍ରାୟ ୨୦ ଜଣଙ୍କୁ ହତ୍ୟା କରିବା ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲା । 

ଖ୍ରୀଷ୍ଟିଆନର ଡାଏରୀ ପଢିବା ପରେ ତଦନ୍ତକାରୀ ଅଧିକାରୀ ତାକୁ ଗିରଫ କରିଥିଲେ । ଚଢଇ ବେଳେ ଘରର ଗୋଟିଏ ରୁମରୁ ପୋଷାକ, ଗ୍ଲୋଭସ୍, ମାସ୍କ, ହାତୁଡ଼ି, ଛୁରୀ ଏବଂ ଟାର୍ଗେଟର ଏକ ତାଲିକା ଉଦ୍ଧାର କରାଯାଇଥିଲା । ଲୋକଙ୍କ ଉପରେ ଆକ୍ରମଣ ପରେ ପୋଲିସ ଆକ୍ରମଣ କରିବାର ଯୋଜନା ମଧ୍ୟ ଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ଷଡ଼ଯନ୍ତ୍ର ପାଇଁ ଖ୍ରୀଷ୍ଟିଆନକୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।