ଚେନ୍ନାଇ : ମୋର ଟଙ୍କା ଦରକାର ନାହିଁ। ମୋ ଭଉଣୀକୁ ମୋତେ ଫେରେଇ ଦିଅ ...। ଏହି ମାର୍ମିକ ଅପିଲ ସେହି ମହିଳା କରିଛନ୍ତି, ଯାହାଙ୍କ ଭଉଣୀଙ୍କର ଅଭିନେତା ବିଜୟଙ୍କ ରାଲିରେ ଚାପି ହୋଇ ଜୀବନ ଚାଲି ଯାଇଛି।୨୦ ବର୍ଷିୟା ବୃନ୍ଦା ଅଭିନେତାରୁ ନେତା ପାଲଟି ଥିବା ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ସେ ତାଙ୍କର ଦୁଇ ବର୍ଷ ବୟସର ପୁଅକୁ ନିଜ ଭଉଣୀ ପାଖରେ ଛାଡ଼ି ଆସି ଥିଲେ। ବୃନ୍ଦାଙ୍କର ଆଶା ଥିଲା ଯେ, ସେ ତାଙ୍କ ପସନ୍ଦର ଅଭିନେତାଙ୍କର ଝଲକ ଟିକେ ପାଇଯିବେ। କିନ୍ତୁ କିଛି ଘଣ୍ଟା ପରେ ଦଳାଚକଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖନୀୟ ଯେ, ଶନିବାର ତାମିଲନାଡୁର କରୁରରେ ଆୟୋଜିତ ଏହି ରାଲିରେ ହୋଇଥିବା ଦଳାଚକଟାରେ ୩୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ପାଖାପାଖି ୧୦୦ଜଣ ଲୋକ ଆହତ ହୋଇଥିଲେ। ଦୁର୍ଘଟଣାରେ ମୃତକ ଲୋକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅଭିନେତା ମଧ୍ୟ ସହାୟତା ରାଶିର ଘୋଷଣା କରିଛନ୍ତି।

ବୃନ୍ଦାଙ୍କ ଭଉଣୀ କହିଛନ୍ତି ଯେ, ଯେତେବେଳେ ଦଳାଚକଟାର ଖବର ଆସିଲା, ଆମେ ତାକୁ ଫୋନ୍‌ କରିବା ଆରମ୍ଭ କରିଥିଲୁ। କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଆମେ ଖୁବ୍‌ ଚିନ୍ତିତ ହୋଇ ଥିଲୁ ଏବଂ ସକାଳ ୪ଟା ସମୟ ଯାଏ ଫୋନ୍‌ କରି ଚାଲି ଥିଲୁ। ପୁଣି ୧୦ଟା ପରେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ କହିଲା। ବୃନ୍ଦାଙ୍କ ଭଉଣୀ ଏନଡିଟିଭିକୁ କହିଛନ୍ତି ଯେ, ଆଜି ସକାଳେ ତାଙ୍କ ସ୍ୱାମୀ ଆୟୋଜକଙ୍କ ପାଖକୁ ବୃନ୍ଦାଙ୍କର ଫଟୋ ପଠାଇ ଥିଲେ। ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ , ତାର ମୃତ୍ୟୁ ହୋଇ ସାରିଛି।

ବୃନ୍ଦାଙ୍କ ଭଉଣୀ କହିଛନ୍ତି , ପରିବାର ଟଙ୍କା ମାଗୁ ନାହିଁ। ଯଦି ରାଲିରେ ସଠିକ୍‌ ଭାବେ ବନ୍ଦୋବସ୍ତ ହୋଇଥାନ୍ତା ତ ଏହିପରି ଘଟଣା ଘଟି ନଥାନ୍ତ। ସେ କହିଛନ୍ତି ଯେ, ଯଦି ଆପଣ ରାଲି କରୁଛନ୍ତି ତ ଏହା ସ୍ପଷ୍ଟ କରିବା ଉଚିତ କି ସେଠାରେ ପର୍ଯ୍ୟାପ୍ତ ସ୍ଥାନ ରହିଛି। ଏହା ମଧ୍ୟ ଦେଖିବା ଉଚିତ୍‌ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ପାଣିର ବନ୍ଦୋବସ୍ତ ହୋଇଛି ନା ନାହିଁ। ସେ କହିଛନ୍ତି – ମୁଁ ଟଙ୍କା ଚାହୁଁ ନାହିଁ। ମୁଁ ଚାହୁଁଛି କି, ମୋ ଭଉଣୀ ଜୀବନ ଫେରି ଆସୁ। ସେହି ଲୋକେ କଣ ମୋ ଭଉଣୀର ଜୀବନ ଫେରେଇ ପାରିବେ ?

ଅନ୍ୟପଟେ ଅଭିନେତା ବିଜୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ପ୍ରତି ସମ୍ୱେଦନଶୀଳତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ସେ ଏହି ଘଟଣାରେ ଖୁବ୍‌ ଅଧିକ ଚିନ୍ତିତ। ବିଜୟ ଦଳାଚକଟାରେ ମୃତକଙ୍କ ପରିବାର ପାଇଁ ୨୦-୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆହତଙ୍କ ପାଇଁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶିର ଘୋଷଣା ମଧ୍ୟ ଅଭିନେତାଙ୍କ ପକ୍ଷରୁ କରାଯାଇଛି।

ବିଜୟ ଏକ୍ସରେ ଲେଖି ଥିବା ପୋଷ୍ଟରେ କହିଛନ୍ତି ଯେ, ଏହି ଦୁଃଖଦ ଅଘଟଣ ସାମ୍ନାରେ ଅର୍ଥ କୌଣସି ମୂଲ୍ୟ ରଖେ ନାହିଁ। କିନ୍ତୁ ଯେବେ ଆପଣଙ୍କ ପ୍ରିୟଜନ ନିଜ ଲୋକଙ୍କ ହରାନ୍ତି ତ ତାଙ୍କ ସହ ଠିଆ ହେବା ମୋର ଦାୟିତ୍ୱ। ସେ ଲେଖିଛନ୍ତି ଯେ ଖୁବ୍‌ପୂର୍ଣ୍ଣ ହୃଦୟରେ ମୁଁ ଏହି ଦାୟିତ୍ୱ ନିର୍ବାହ କରୁଛି। ବିଜୟ ଆହୁରି ଲେଖିଛନ୍ତି , ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ, ଦୁର୍ଘଟଣାରେ ସବୁ ଆହତ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସନ୍ତୁ।