୨୦୩୦ରେ ତୃତୀୟ ବିଶ୍ୱଯୁଦ୍ଧ : ଋଷ ଉପରେ ଆକ୍ରମଣ କରିବ ୟୁରୋପୀୟ ସଙ୍ଘ

NEWS7
girlfriend-prachi-singh-wished-prithwi-shaw-on-his-birthday

ବୁଡାପେଷ୍ଟ୍, ୧୦/୧୨:୨୦୩୦ରେ ବିଶ୍ୱ ଦେଖିବ ମହାଯୁଦ୍ଧ । ୟୁରୋପରୁ ଆରମ୍ଭ ହେବ ମହାସମର । ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ୟୁରୋପରୁ ପଡିବ ବୋଲି ଭବିଷ୍ୟବାଣୀ କରିଛନ୍ତି ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓରବାନ୍ ।

ଓରବାନ୍ କହିଛନ୍ତି ଯେ, ୟୁରୋପୀୟ ସଙ୍ଘର କୌଣସି ଦେଶ ଉପରେ ଆକ୍ରମଣ ହେଲେ ଅନ୍ୟ ସହଯୋଗୀ ଦେଶ ଚୁପ୍ ବସିବେ ନାହିଁ । ଦେଶମାନେ ପରସ୍ପରକୁ ସମର୍ଥନ କରିବେ । ତେଣୁ୨୦୩୦ସୁଦ୍ଧା ୟୁକ୍ରେନକୁ ୟୁରୋପୀୟ ସଙ୍ଘରେ ସାମିଲ କରିବା ପାଇଁପ୍ରଚେଷ୍ଟା ଚାଲିଛି। ଯାହା ଦ୍ୱାରା ଏକ ଶକ୍ତିଶାଳୀ ସାମରିକ ସଙ୍ଘ ପ୍ରସ୍ତୁତ ହେବ । ଯାହା ଋଷିଆକୁ ଚେକ୍ ଦେବା ପାଇଁ ପର୍ଯ୍ୟାପ୍ତ ହେବ ବୋଲି ଓରବାନ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବେଲଜିୟମ୍ ଋଷ୍ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।୨୦୩୦ସୁଦ୍ଧା ସେ ମସ୍କୋ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛିସମାନ ବର୍ଷ ଅର୍ଥାତ ୨୦୩୦ ହେଉଛିୟୁକ୍ରେନକୁ ୟୁରୋପୀୟ ସଙ୍ଘରେ ମିଶାଯିବାର ବର୍ଷ । ଯଦି ବ୍ରୁସେଲ ଆକ୍ରମଣ କରେ ତେବେ ଅନ୍ୟ ସହଯୋଗୀ ଦେଶ ସମର୍ଥନରେ ବାହାରିବେ । ଯାହା ପରିସ୍ଥିତିକକୁ ଭୟଙ୍କର କରିବ । ତେବେ ହଙ୍ଗେରୀ ଯୁଦ୍ଧ ରୋକିବାକୁ ସମସ୍ତ ଚେଷ୍ଟା କରିବ ।ଯଥା ସମ୍ବବ ଯୁଦ୍ଧଠୁ ନିଜକୁ ଦୂରେଇ ରଖିବାକୁ ସମସ୍ତ ରାସ୍ତା ଆପଣାଇବ ।

ତେବେ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଋଷ ମଧ୍ୟ ପ୍ରସ୍ତୁତ ହେଲାଣି । କିଛି ଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏନେଇ ବୟାନ ଦେଇଥିଲେ । ସେ ଏକା ଯୁରୋପକୁ ଧ୍ୱଂସ କରିଦେବା ନେଇ କହିଥିଲେ । ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ରୁଷିଆ ମନା କରିବ ନାହିଁ ବୋଲି ପୁଟିନ୍ କହିଥିଲେ ।

ସେହିପରି ଟେସଲା ସିଇଓ ଏଲନ୍ ମସ୍କ୍ ମଧ୍ୟ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ଯେ, ଆସନ୍ତାରୁ୧୦ବର୍ଷ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ । ଅନେକ ଦେଶନିଜରଆଣବିକ ଶକ୍ତି ବୃଦ୍ଧି କରୁଛନ୍ତି । ଯାହା ଭବିଷ୍ୟତରେ ବଡ ଯୁଦ୍ଧ ଆଡେ ମୁହାଁଇବ । ଯଦି ଅନୁମାନ ସତ ହୁଏ ତାହାଲେ୨୦୩୦ସୁଦ୍ଧା ପୃଥିବୀ ତୃତୀୟ ବିଶ୍ୱଯୁଦ୍ଧ ଦେଖିବ ବୋଲି ସେ କହିଥିଲେ ।