ମକର ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ, ସବୁ କାର୍ଯ୍ୟରେ ସଫଳତା ମିଳିବ

NEWS7
girl-student-attack-case-accuse-arrested-by-police

ମେଷ- ପୁରୁଣା ସାଙ୍ଗମାନଙ୍କ ସହ ବନ୍ଧୁମିଳନ ହେବାର ଶୁଭ ଯୋଗ ରହିଛି। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ ଏବଂ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଆପଣ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନିଜର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିପାରେ।

ବୃଷ- କୌଣସି ଦୂର ସ୍ଥାନରୁ କିମ୍ବା ଆତ୍ମୀୟ ସ୍ୱଜନଙ୍କଠାରୁ ସୁସମାଚାର ପ୍ରାପ୍ତି ହେବ। ଯେଉଁ କାମରେ ହାତ ଦେବେ ସେଥିରେ ଆପଣଙ୍କୁ ଶୁଭ ଫଳ ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହ ସମସ୍ତେ ଆପଣଙ୍କର ପ୍ରଶଂସା କରିବେ। କୌଣସି ନୂଆ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ଶୁଭଫଳଦାୟକ ହେବ।

ମିଥୁନ- ଖାଦ୍ୟପେୟରେ ଅନିୟମିତତା ଯୋଗୁ ପେଟ ଯନ୍ତ୍ରଣା କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଭୋଗିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ମାନସିକ ସ୍ତରରେ କିଛିଟା କ୍ଲାନ୍ତି ଅନୁଭବ କରିପାରନ୍ତି। ଶରୀରକୁ ବିଶ୍ରାମ ଦେବା ସହ ଯୋଗ ଏବଂ ପ୍ରାଣାୟାମ କଲେ ସ୍ୱାସ୍ଥ୍ୟରେ ଶୀଘ୍ର ସୁଧାର ଆସିବ।

କର୍କଟ- ବ୍ୟବସାୟ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି। ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଏବଂ ଅଟକି ରହିଥିବା ଟଙ୍କା ଫେରିପାଇବେ। ଦିନଟି ବିଳାଶବ୍ୟସନରେ କଟିବ। ମିଳିଥିବା ଅର୍ଥକୁ ଅନାବଶ୍ୟକ ଖର୍ଚ୍ଚ ନ କରି ଭବିଷ୍ୟତ ପାଇଁ ସଞ୍ଚୟ କରିବା ଆପଣଙ୍କ ପାଇଁ ବୁଦ୍ଧିମାନର କାମ ହେବ।

ସିଂହ- ଦିନସାରା ମନରେ ଏକ ପ୍ରକାର ପ୍ରସନ୍ନତା ବଜାୟ ରହିବ ଏବଂ ଆପଣ ସବୁ କାମକୁ ଉତ୍ସାହର ସହ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ଆପଣ ଜଟିଳ ସମସ୍ୟାର ସମାଧାନ କରିପାରିବେ। ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ।

କନ୍ୟା- କୌଣସି ସୂତ୍ରରୁ ଉପହାର କିମ୍ବା ଦ୍ରବ୍ୟଲାଭ ହେବାର ଶୁଭ ଯୋଗ ରହିଛି। ଭାଗ୍ୟର ସହଯୋଗ ମିଳିବା ଯୋଗୁ ନୂତନ ବସ୍ତୁ କ୍ରୟ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ଘରର କୌଣସି ଅଟକି ରହିଥିବା ଶୁଭ କାର୍ଯ୍ୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇପାରେ।

ତୁଳା- କୌଣସି କାରଣକୁ ନେଇ ମନରେ ମନସ୍ତାପ ଦେଖାଦେଇପାରେ, ତେଣୁ ନିଜକୁ ଶାନ୍ତ ରଖନ୍ତୁ। ଅତୀତର କୌଣସି ଭୁଲ୍ ପାଇଁ ଅନୁଶୋଚନା କରିପାରନ୍ତି। ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କଲେ ସଫଳତା ପାଇବେ। କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରାଇ ମୌନ ରହିବା ଆପଣଙ୍କ ପାଇଁ ଲାଭଦାୟକ ହେବ।

ବିଛା- କର୍ମକ୍ଷେତ୍ର କିମ୍ବା ପରିବାର ସହିତ ଆପଣଙ୍କର ଭ୍ରମଣ ଯୋଗ ରହିଛି। କୌଣସି ଧାର୍ମିକ କିମ୍ବା ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ମନୋରଞ୍ଜନ ଏବଂ ଶାନ୍ତିଦାୟକ ହେବ। ବିଶେଷ ସତର୍କତା ହେଉଛି ଯାତ୍ରା ସମୟରେ ନିଜର ଜିନିଷପତ୍ର ଓ କାଗଜପତ୍ର ପ୍ରତି ସାବଧାନ ରୁହନ୍ତୁ।

ଧନୁ- ନିଜର ବୁଦ୍ଧି ଓ ଚାତୁରୀ ପ୍ରୟୋଗ କରି ଶତ୍ରୁ ଉପରେ ବିଜୟ ହାସଲ କରିବେ। ବିରୋଧୀମାନେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। କୋର୍ଟ କଚେରୀ ମାମଲାରେ ଶୁଭ ଫଳ ମିଳିବ। ସାହସ ଓ ପରାକ୍ରମ ଯୋଗୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ।

ମକର- ଦିନଟି ଆପଣଙ୍କ ପାଇଁ ଏକ ସୁଖଦିନ ଭାବେ ସାବ୍ୟସ୍ତ ହେବ। ସବୁ କାର୍ଯ୍ୟରେ ସଫଳତା ମିଳିବା ସହ ପରିବାର ଲୋକଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ସବୁ ଆଶା ପୂରଣ ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ଥିବା ପୁରୁଣା ମନୋମାଳିନ୍ୟ ଦୂର ହେବ।

କୁମ୍ଭ- ଅଯଥା ଖର୍ଚ୍ଚ ବୃଦ୍ଧି ଏବଂ ପାରିବାରିକ ସମସ୍ୟା ଯୋଗୁ ମନରେ ଚିନ୍ତାବୃଦ୍ଧି ହୋଇପାରେ। ମାନସିକ ଅସ୍ଥିରତା ହେତୁ କୌଣସି କାମରେ ମନ ଲାଗିବ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ। ନିଜର ସମସ୍ୟାକୁ କାହା ପାଖରେ ପ୍ରକାଶ ନକରି ଧୈର୍ଯ୍ୟର ସହ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ମୀନ- ନିଜର କର୍ମରେ ଖୁସି ମିଳିବ ଏବଂ ଉପରିସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ପରିଶ୍ରମର ଉଚିତ ଫଳ ମିଳିବା ଯୋଗୁ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ। ନୂତନ କର୍ମନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ନୂଆ କାର୍ଯ୍ୟ ପାଇଁ କୌଣସି ବଡ଼ ଚୁକ୍ତି କିମ୍ବା ଅଫର୍ ମିଳିପାରେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682