ମହାନଦୀକୁ ଡେଇଁଲେ ଛାତ୍ରୀ, ବ୍ରିଜ ଉପରେ ପଡିଛି ମୋବାଇଲ-ବ୍ୟାଗ-ସାଇକେଲ୍

Published By : Prameya-News7 Bureau | August 24, 2025 IST

ସମ୍ବଲପୁର ୨୪।୦୮ : ମହାନଦୀକୁ ଡେଇଁଲେ ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜ ରୁ ଛାତ୍ରୀ ଜଣକ ମହାନଦୀକୁ ଡ଼େଇଁ ପଡିଛନ୍ତି । ନାବାଳିକା ଜଣକ ବୁଢାରାଜା ଗାର୍ଲସ ହାଇସ୍କୁଲର ଛାତ୍ରୀ ବୋଲି ଜଣା ପଡିଛି । 

ମିଳିଥିବା ଖବର ଅନୁସାରେ, ଛାତୀ ଜଣଙ୍କ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ l ରବିବାର ସକାଳ ପ୍ରାୟ ୬ଟା ସମୟରେ ଛାତ୍ରୀ ଜଣଙ୍କ ସମ୍ବଲପୁର ଚାଉଁରପୁର ବ୍ରିଜରେ ହଠାତ୍‌ ମହାନଦୀକୁ ଡେଇଁପଡିଥିଲେ। ବ୍ରିଜ ଉପରୁ ଛାତ୍ରୀଙ୍କ ଏକ ମୋବାଇଲ ଫୋନ୍, ବ୍ୟାଗ୍ , ସାଇକେଲ ସହ ଏକ ଫିନାଇଲ ବୋତଲ ଜବତ କରିଛି ପୋଲିସ l ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.