ନୂଆଦିଲ୍ଲୀ ୨୪।୦୮; ବଲିଉଡ୍ର ବାଜିରାଓ ମସ୍ତାନୀ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ। ସେମାନଙ୍କର ପର୍ସନାଲ ଓ ପ୍ରୋଫେସନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଯେବେଠାରୁ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଝିଅର ଝଲକ ପାଇବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷା ଶେଷ ହୋଇଛି।
ନିକଟରେ ଦୀପିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କୋଳରେ ଦୁଆଙ୍କୁ ଧରିବସିଛନ୍ତି। ଏହି ସମୟରେ ଦୁଆଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ହେଲେ ଏବେ ଏହି ଭିଡିଓଟି ସୋସିଆଲ ମିଡିଆରୟ ହଟାଇ ଦିଆଯାଇଛି ।
ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଆରମ୍ଭରୁ ସେମାନଙ୍କ ସନ୍ତାନକୁ ନେଇ ବହୁତ ପ୍ରାଭେସି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ଝିଅ ଦୁଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଜଣେ ଅଜଣା ବ୍ୟକ୍ତି ଉଠାଇଛନ୍ତି। ଯେତେବେଳେ ଅଭିନେତ୍ରୀ ଏହାକୁ ଦେଖିଲେ, ସେ ତୁରନ୍ତ ତାଙ୍କୁ ଭିଡିଓ କରିବାକୁ ମନା କଲେ। ତଥାପି। ଏହା ସତ୍ତ୍ୱେ, ସେହି ବ୍ୟକ୍ତି ଭିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
I saw the Dua's face today I hope Paps never film baby Sidki without Sid or Kiara's permission, it's really disgusting. It's their choice to protect their daughter's privacy until they want to share it with us 😐 they can't respect nothing
— Acarys (@Acarys2) August 23, 2025
୨୦୨୪ ସେପ୍ଟେମ୍ବର ୮ରେ ଦୁଆଙ୍କ ଜନ୍ମ ପରଠାରୁ, କପଲ ସୋସିଆଲ ମିଡିଆରେ ତାଙ୍କର କୌଣସି ପ୍ରକାରର ଫଟୋ ସେୟାର କରିନାହାଁନ୍ତି। କିନ୍ତୁ ଲୋକମାନେ ଦମ୍ପତିଙ୍କ ଗୋପନୀୟତାକୁ ମଧ୍ୟ ବୁଝିପାରିଛନ୍ତି। ତଥାପି, ଏହି ଭିଡିଓ ସେୟାର କରିଥିବା ୟୁଜରଙ୍କ ପ୍ରୋଫାଇଲରୁ ଭିଡିଓଟି ଏବେ ଡିଲିଟ କରି ଦିଆଯାଇଛି। ଏହି ଭିଡିଓ @saiyaaratu ନାମକ ଆଇଡିରୁ ସେୟାର କରାଯାଇଛି। ଦୀପିକା ଏବଂ ତାଙ୍କ ଝିଅର ଭିଡିଓ ସେୟାର କରି ୟୁଜର କ୍ୟାପସନରେ ଲେଖିଛନ୍ତି, OMG Dua Padukone??? ରଣବୀରଙ୍କ କାର୍ବନ କପି। କିଛି ଲୋକ ଏହି ଭିଡିଓକୁ ବହୁତ ଭଲ ପାଉଛନ୍ତି। କିଛି ଲୋକ ଏହାକୁ ଭୁଲ କହୁଛନ୍ତି।