ରାଜଧାନୀରେ ଚାଞ୍ଚଲ୍ୟ : ବ୍ଲାକମେଲିଂ କରୁଥିଲେ ଯୁବକ, ଶେଷରେ ଜୀବନ ହାରିଦେଲେ ଯୁବତୀ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ୱର ୨୪।୦୭ : ଜୀବନ ହାରିଲେ ଆଉ ଜଣେ ଯୁବତୀ । ରାଜଧାନୀରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଭଡ଼ା ଘର ଭିତରୁ ସନ୍ଦେହଜନକ ଭାବେ ଯୁବତୀଙ୍କୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ଯୁବତୀଙ୍କ ଘରେ ରାୟଗଡ଼ା । ସେ ଭୁବନେଶ୍ୱରରେ ରହି ଆଇଟିଆଇ ପାଠ ପଢୁଥିଲେ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ରହୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁ ତାଙ୍କ ଝିଅ ବ୍ଲାକ ମେଲିଂ କରାଯାଉଥିଲା । ଆଉ ସେଥି ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏପିରିକି  ତିନି ମାସ ତଳେ ଜୋର ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ । ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ଯୁବତୀ । 

ଅନ୍ୟପଟେ ଯୁବତୀଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.