LIVE TV

ବାତ୍ୟା 'ମୋନ୍ଥା' ପାଇଁ ଶିମିଳିପାଳ ବନ୍ଦ, ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି

NEWS7
girl-child-rescued-from-railway-station-in-rourkela

କରଞ୍ଜିଆ: ବାତ୍ୟା ମୋନ୍ଥା ପାଇଁ ବନ୍ଦ ରହିବ ଶିମିଳିପାଳ।ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଜାତୀୟ ଉଦ୍ୟାନ ଶିମିଳିପାଳଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି

ୟେଲୋ ୱାର୍ଣ୍ଣିଙ୍ଗ ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଆସନ୍ତାକାଲି ଠାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି  ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି

ସୂଚନାଯୋଗ୍ୟ, ଭୀଷଣ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଆନ୍ଧ୍ର ପଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ଼। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଜାରି ରହିବ। ପ୍ରଭାବରେ ପବନର ବେଗ ୯୦ରୁ ଓ ୧୦୦ କିମି ପର୍ଯ୍ୟନ୍ତ ରହିଛି। ବେଳେ ବେଳେ ଝଟକାରେ ପବନର ବେଗ ୧୧୦ କିମି ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବ ବୋଲି କହିଛନ୍ତି ଆଇଏମଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।