ଉନ୍ନୟନ କାର୍ଯ୍ୟରେ ଅବହେଳା ଅଭିଯୋଗ, ସରକାରୀ ବାବୁଙ୍କ ବିରୋଧରେ ବଡ଼ ଆକ୍ସନ

NEWS7
girl-14-forced-to-steal-rs-25l-from-home-in-1-year-to-pay-blackmailers

କଣ୍ଟାବାଞ୍ଜି ୧୭/୦୧: ଉନ୍ନୟନ କାର୍ଯ୍ୟରେ ଅବହେଳା ଅଭିଯୋଗ । ବନ୍ଦ ହେଲା ମାସକର ଦରମା । କାର୍ଯ୍ୟରେ ଅବହେଲା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଆକ୍ସନ । ବଙ୍ଗୋମୁଣ୍ଡା ବ୍ଳକର ୪ ପିଇଓ ଏବଂ ୨ ଡିଇଓଙ୍କ ମାସକର ଦରମା ବନ୍ଦ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକରେ ସରକାରୀ ଜିଲା ପ୍ରଶାସନ ଆକ୍ସନ ନେଇଛି ।

ସୂଚନା ଥାଉକି, ବଙ୍ଗୋମୁଣ୍ଡା ବ୍ଳକର ୪ ଜଣ ପିଇଓ ଓ ୨ ଜଣ ଡିଇଓଙ୍କ ମାସକର ଦରମା ବନ୍ଦ କରାଯାଇଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ବ୍ଳକର ବିଭିନ୍ନ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ଅବହେଳା ନେଇ ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବ୍ଳକର ଡିଇଓ ରୁପଧର ସୁନା,ରମେଶ ଚନ୍ଦ୍ର ଦୀପ ଏବଂ ପିଇଓ ହେମନ୍ତ ବେହେରା, କିରଣ ବାଲା ମହାନ୍ତି,ପୁରୁଷୋତ୍ତମ ଗହୀର, ପରମାନନ୍ଦ ମହାନନ୍ଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରୁଥିବାରୁ ମାସକର ଦରମା ବନ୍ଦ କରିଛନ୍ତି ବଲାଙ୍ଗିର ଜିଲା ପ୍ରଶାସନ।