ଅଜଫରୁଲ ଓରଫ ପ୍ରିନ୍ସ ଆଣ୍ଡ ଟିମ୍‌; ବିଶ୍ବାସ ଜିତି କରୁଥିଲେ ଯୁବତୀଙ୍କ ଯୌନ ଶୋଷଣ, ବ୍ଲାକମେଲ୍ କରି ଦେହ ବେପାରରେ ଲଗାଉଥିଲେ

NEWS7
ghaziabad-criminals-firing-three-members-of-an-family-one-is-hospitalised-in-critical-condition-police-probe

ଲକ୍ଷ୍ନୌ: ପ୍ରେମ, ବିଶ୍ବାସ ଏବଂ ବିବାଦ ଆଳରେ ୩୦୦ ଯୁବତୀଙ୍କ ସହ ସଂଘାତିକ ଖେଳ । ଇତିହାସରେ ସବୁଠାରୁ ବଡ଼ ଲଭ୍ ଜିହାଦ ଘଟଣା । ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଜଣେ ମୁସଲିମ୍ ଯୁବକ ଏବଂ ତା ଗ୍ରୁପ୍, ୩୦୦ରୁ ଅଧିକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କର ଅଶ୍ଳୀଳ ଭିଡିଓ କଏଦ କରି ବ୍ଲାକମେଲ୍ କରୁଥିଲେ । ଏହି ଭିଡିଓକୁ ଅସ୍ତ୍ର କରି ଅଭିଯୁକ୍ତ ସେମାନଙ୍କୁ ଦେଶ ଏବଂ ବିଦେଶରେ ଦେହ ବେପାରରେ ଲଗାଉଥିଲା । ଘଟଣା ସଂପର୍କରେ ଜଣାପଡ଼ିବା ପରେ ପ୍ରଶାସନ ଏବଂ ପୋଲିସ ଆଶ୍ଚର୍ଯ୍ୟ ।

ସେପଟେ ପୀଡ଼ିତାଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ବସ୍ତି ଜିଲ୍ଲାର କଲଓ୍ବାରୀ ଥାନା ଅଞ୍ଚଳର ଜଣେ ପୀଡ଼ିତା ସହରର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଜାନୁଆରୀ ୨୦୨୨ରେ ତାଙ୍କର ସାକ୍ଷାତ ଅଜଫରୁଲ ଓରଫ ପ୍ରିନ୍ସ ସହ ହୋଇଥିଲା । ସେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ, ସେ ଯୁବତୀଙ୍କ ନିକଟତର ହୋଇଥିଲା । ତାଙ୍କୁ ପ୍ରିନ୍ସ ଚାକିରି କରାଇଦେବ ବୋଲି ପ୍ରଲୋଭନ ଦେଖାଇଥିଲା । ଯୁବତୀଙ୍କ ପାଖରୁ ମୋବାଇଲ୍ ନମ୍ବର ନେଇ ସଂପର୍କ ଆଗକୁ ବଢ଼ାଇଥିଲା ପ୍ରିନ୍ସ । ପୀଡ଼ିତାଙ୍କ ଅନୁସାରେ, ଅଭିଯୁକ୍ତ ନିଜକୁ ହିନ୍ଦୁ ବୋଲି କହିବା ସହ ବିଶ୍ବାସ ଜନ୍ମାଇବାକୁ ତା ହାତରେ ପବିତ୍ର ସୂତା ବାନ୍ଧିଥିଲା । ଧୀରେ ଧୀରେ କଥାବାର୍ତ୍ତା ଆଗକୁ ବଢ଼ିଲା ଏବଂ ପ୍ରେମ ହେଲା । ପରେ ଯୁବକ ସୁଯୋଗ ଦେଖି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ।

ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ଶୋଷଣ କରିଥିଲା ପ୍ରିନ୍ସ । ପୀଡ଼ିତାଙ୍କ ଅନୁସାରେ, ସେ ଯେତେବେଳେ ଅଭିଯୋଗ ନେଇ ଅଭିଯୁକ୍ତର ଘରକୁ ଯାଇଥିଲେ, ସେଠାରେ ଅଭିଯୁକ୍ତ ଏବଂ ତାର ସହଯୋଗୀମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ଭାଇକୁ ଅପହରଣ କରିବାକୁ ସେମାନେ ଧମକ ଦେଇଥିଲେ । ପରିସ୍ଥିତି ଏମିତି ହୋଇଗଲା ଯେ, ସେ ବାଧ୍ୟ ହୋଇ ବାରମ୍ବାର ଅଭିଯୁକ୍ତ ପାଖକୁ ଯାଉଥିଲେ ବୋଲି ପୀଡ଼ିତା କହିଛନ୍ତି । ଏହି ସମୟରେ ଅଭିଯୁକ୍ତ ଏବଂ ତାର ସହଯୋଗୀମାନେ ପୀଡ଼ିତାଙ୍କ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଫଟୋ ଏବଂ ଭିଡିଓ ମାଧ୍ୟମରେ ପୀଡ଼ିତାଙ୍କୁ ବ୍ଲାକମେଲ୍ କରାଯାଉଥିଲା ।

ପୀଡ଼ିତା ପୋଲିସକୁ ଦେଇଥିବା ବୟାନ ଅନୁସାରେ, ଅଭିଯୁକ୍ତ ଏବଂ ତାର ଭାଇମାନେ ଏଭଳି ୩୦୦ ଯୁବତୀଙ୍କୁ ଜାଲରେ ଫସାଇଛନ୍ତି। ଭିଡିଓ କରି ସେମାନଙ୍କୁ ବିଭିନ୍ନ ରାଜ୍ୟ ଏବଂ ନେପାଳ ଭଳି ଦେଶକୁ ଦେହ ବେପାର ଲାଗି ପଠାଇଛନ୍ତି । ପୋଲିସ ରେକର୍ଡ ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ, ପୂର୍ବରୁ ଅଭିଯୁକ୍ତ ଅଜଫରୁଲ ହକ ଓରଫ ପ୍ରିନ୍ସ ନାଁରେ ଅନେକ ଅଭିଯୋଗ ରହିଛି । ସେ ଜଣେ ଅଭ୍ୟାସଗତ ଅପରାଧୀ । ସବୁଠୁ ବଡ଼ କଥା ହେଉଛି, ଅଜଫରୁଲକୁ ତା ପରିବାର ପୂର୍ଣ୍ଣ ସମର୍ଥନ କରୁଥିଲା । ସେପଟେ ଏହି ଅଭିଯୋଗ ପ୍ରମାଣିତ ହୋଇଯିବା ପରେ, ଏହା ଉତ୍ତର ପ୍ରଦେଶ ଇତିହାସର ସବୁଠାରୁ ବଡ଼ ଲଭ୍ ଜିହାଦ ଏବଂ ସେକ୍ସ ଟ୍ରାଫିକିଂ ରାକେଟ୍ ଭାବରେ ଜଣାଯିବ ।

ମାମଲାର ଗମ୍ଭୀରତାକୁ ଦେଖି କୋତବାଲି ପୋଲିସ ମୁଖ୍ୟ ଅଭିଯୁକ୍ତ ଅଜଫରୁଲ ହକ ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି ପୋଲିସ । ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପ୍ରାରମ୍ଭିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଅନେକ ପୀଡ଼ିତାଙ୍କୁ ନେପାଳ ଏବଂ ଅନ୍ୟ ରାଜ୍ୟକୁ ପଠାଯାଇଛି । ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ । ଏଥିରୁ ଜଣାପଡ଼ିବ, ୩୦୦ ପୀଡ଼ିତା ନାଁ ଆହୁରି ଅଧିକ ଯୁବତୀ ଲଭ୍ ଜିହାଦରେ ଶିକାର ହୋଇଛନ୍ତି ।