LIVE TV

ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ଚିକିତ୍ସା ଦାବି, ୨୧ ଦିନରେ ପହଞ୍ଚିଲା ସମାଜସେବୀଙ୍କ ଅନଶନ

NEWS7
genguti-river-water-level-high

ଦେବଗଡ଼: ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅନଶନ। ଦେବଗର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚବିଶ ଘଣ୍ଟିଆ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ଅନଶନରେ ବସିଥିବା ବେଳେ ଏହା ୨୧ ଦିନରେ ପହଞ୍ଚିଛି।

ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସମସ୍ତ ଆସବାବ ପତ୍ର ସ୍ଥାନାନ୍ତରିତ ହୋଇ କାର୍ଯ୍ୟକ୍ଷମ ହେବା ପରେ ସହର ମଝିରେ ଥିବା ପୁରୁଣା କୋଠାରେ କେବଳ ଜଣେ ଡାକ୍ତର ସକାଳେ ଚାରି ଘଣ୍ଟା ଓ ଅପରାହ୍ନ ସମୟରେ ଦୁଇ ଘଣ୍ଟା ବସି ଚିକିତ୍ସାସେବା ଯୋଗାଉଛନ୍ତି। କିନ୍ତୁ ସହରବାସୀ ଏହି କୋଠାରେ ୨୪ ଘଣ୍ଟିଆ ସହରାଞ୍ଚଳ ଡାକ୍ତରଖାନା ଆରମ୍ଭ କରି ଚିକିତ୍ସାସେବା ଯୋଗାଇ ଦେବାପାଇଁ ଦାବି କରୁଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ଅନେକ ଦାବିପତ୍ର ଦିଆଯିବା ସହ ସହର ବନ୍ଦ ପାଳନ ମଧ୍ୟ କରାଯାଇଛି।

ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ଏନେଇ ପଦଯାତ୍ରାରେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଦାବିପତ୍ର ମଧ୍ୟ ଦେଇଥିଲେ। ମାତ୍ର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ସେ ଅନିର୍ଦ୍ଦିଷ୍ଟକାଳ ପାଇଁ ପୁରୁଣା ଡାକ୍ତରଖାନା କୋଠା ସମ୍ମୁଖରେ ଅନଶନରେ ବସିଛନ୍ତି। ସୋମବାର ଏହି ଅନଶନ ୨୧ ଦିନରେ ପହଞ୍ଚିଥିବା ବେଳେ ଏହି ସମସ୍ୟାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ।