ଗାଜାରେ ଖାଦ୍ୟ ସଙ୍କଟର ଭୟଙ୍କର ପରିସ୍ଥିତି; ହସ୍ପିଟାଲରେ ଭର୍ତ୍ତି ହେଲେ ୨୦ହଜାର ଶିଶୁ, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ ୦୪।୦୮; ଗାଜାରେ ଖାଦ୍ୟର ଘୋର ଅଭାବ। ଅନାହାରରେ ଲୋକଙ୍କ ହାଡ଼ କଙ୍କାଳ ଦିଶିଲାଣି। ଅପପୁଷ୍ଟିର ଶିକାର ହେଉଛନ୍ତି ଗାଜାର ଶିଶୁ ଠାରୁ ସଭିଏଁ।  ରିପୋର୍ଟ  ଅନୁସାରେ ପ୍ରାୟତଃ ୨୦ହଜାର ଶିଶୁ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ଏଥିସହିତ ୧୧୧ ଜଣଙ୍କ କେବଳ ଖାଦ୍ୟାଭାବ ଯୋଗୁ ମୃତ୍ୟୁ ଘଟିଛି । ଗାଜାରେ ଦୁର୍ଭିକ୍ଷର ଆଶଙ୍କା ବଢ଼ୁଥିବା ବେଳେ ଇସ୍ରାଏଲ ଏକ ଭାବପ୍ରବଣ ପଦକ୍ଷେପ ନେଇଛି । 

ହମାସ ଦ୍ୱାରା ବନ୍ଦୀ ଥିବା ଜଣେ ଇସ୍ରାଏଲୀ ନାଗରିକଙ୍କ ଶୀର୍ଣ୍ଣ ଏବଂ ଦୁର୍ବଳ ଶରୀରର ଫଟୋ ଜାରି କରି ଇସ୍ରାଏଲ କହିଛି ଯେ, ଏହା ହିଁ "ଗାଜାର ଅସଲି ଭୁକମରି"। ଏହି ଘଟଣା ଏକ ନୂଆ ବିତର୍କ ସୃଷ୍ଟି କରିଛି, ଯେଉଁଠି ଗୋଟିଏ ପଟେ ଗାଜାରେ ମାନବୀୟ ସଙ୍କଟ ଏବଂ ଅନ୍ୟପଟେ ଇସ୍ରାଏଲର ବନ୍ଧକଙ୍କ ଦୁର୍ଦ୍ଦଶା ରହିଛି।ଅନ୍ୟପଟେ, ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଗାଜାରେ ଏକ ଭୟଙ୍କର ମାନବୀୟ ସଙ୍କଟ ନେଇ ଚେତାବନୀ ଦେଇଛନ୍ତି । ମିଳିତ ଜାତିସଂଘ (UN) ଏବଂ ଅନ୍ୟ ସହାୟତା ସଂସ୍ଥାଗୁଡ଼ିକର ଏକ ସମୂହ (IPC) ସ୍ପଷ୍ଟ କରିଛି ଯେ "ଗାଜାରେ ଦୁର୍ଭିକ୍ଷର ସବୁଠାରୁ ଖରାପ ସ୍ଥିତି ବର୍ତ୍ତମାନ ଦେଖାଯାଉଛି" । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅନାହାର କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁମାନଙ୍କ ମଧ୍ୟରେ ୯୩ ଜଣ ଶିଶୁ ଅଛନ୍ତି । UNRWA ଗାଜାର ପିଲାମାନଙ୍କୁ "ଚାଲୁଥିବା ଶବ" ବୋଲି ବର୍ଣ୍ଣନା କରିଛି । 

ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦ ଲକ୍ଷରୁ ଅଧିକ ପାଲେଷ୍ଟାଇନୀଙ୍କ ପାଇଁ ସୁରକ୍ଷିତ ଭାବେ ଖାଦ୍ୟ ପହଞ୍ଚାଇବା ପ୍ରାୟ ଅସମ୍ଭବ ହୋଇପଡିଛି । ଗାଜାରେ ଦୁର୍ଭିକ୍ଷର ଆଶଙ୍କା ବଢ଼ୁଥିବା ବେଳେ ଇସ୍ରାଏଲ ପକ୍ଷରୁ ଏକ ଫଟୋ ସେୟାର କରିଛି । ହମାସ ଦ୍ୱାରା ବନ୍ଦୀ ଥିବା ଜଣେ ଇସ୍ରାଏଲୀ ନାଗରିକଙ୍କ ଶୀର୍ଣ୍ଣ ଏବଂ ଦୁର୍ବଳ ଶରୀରର ଫଟୋ ଜାରି କରି ଇସ୍ରାଏଲ କହିଛି ଯେ, ଏହା ହିଁ "ଗାଜାର ଖାଦ୍ୟର ସଙ୍କଟ"। ଏହି ଘଟଣା ଏକ ନୂଆ ବିତର୍କ ସୃଷ୍ଟି କରିଛି, ଯେଉଁଠି ଗୋଟିଏ ପଟେ ଗାଜାରେ ମାନବୀୟ ସଙ୍କଟ ଏବଂ ଅନ୍ୟପଟେ ଇସ୍ରାଏଲର ବନ୍ଧକଙ୍କ ଦୁର୍ଦ୍ଦଶା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.