ଗାଜାରେ ଦୁର୍ଭିକ୍ଷ ଘୋଷଣା କଲା ଜାତିସଙ୍ଘ, ଭୋକରେ ସଢୁଛନ୍ତି ୫ଲକ୍ଷ ଲୋକ

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ ୨୩।୦୮ :  ଯୁଦ୍ଧ ପ୍ରଭାବିତ ଗାଜା ସିଟିରେ ଦୁର୍ଭିକ୍ଷ ଘୋଷଣା କରିଛି ଜାତିସଂଘ। ବିଶେଷଜ୍ଞଙ୍କ ଅନୁସାରେ ଦୁର୍ଭିକ୍ଷ ଯୋଗୁ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧବିରତି ନ ହେଲେ ଏବଂ ଗାଜାରେ ମାନବୀୟ ସହାୟତା ପହଞ୍ଚି ନପାରିଲେ ସଙ୍କଟ ସମ୍ପୂର୍ଣ କ୍ଷେତ୍ରକୁ ବ୍ୟାପିବ। ପଶ୍ଚିମ ଏସିଆରେ ପ୍ରଥମ କରି ଏପରି ବିପଦ ଦେଖା ଦେଖାଦେଇଛି ଯାହାକୁ ସମ୍ପୂର୍ଣ ଭାବେ ରୋକାଯାଇପାଇ ପାରିଥାନ୍ତା ବୋଲି ଜାତିସଂଘ କହିଛି। ତେବେ ଇସ୍ରାଏଲ ଏହି ରିପୋର୍ଟକୁ ଖାରଜ କରିଛି। ଏଭଳି ସଙ୍ଗଠନ ମାଧ୍ୟମରେ ହମାସ୍ ନିଜ ସ୍ୱାର୍ଥ ସାଧନ ପାଇଁ ବିଶ୍ୱକୁ ମିଥ୍ୟା ଚିତ୍ର ଦେଖାଉଥିବା ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ କହିଛି ।

ଦି ଇଣ୍ଟିଗ୍ରେଟେଡ ଫୁଡ୍‌ ସିକ୍ୟୁରିଟି ଫେଜ୍‌ କ୍ଲାସିଫିକେସନ(ଆଇପିସି) ଅନୁସାରେ, ଗାଜା ସିଟିରେ ଦୁର୍ଭିକ୍ଷ ସ୍ଥିତି ରହିଛି ଏବଂ ଏହି ସଙ୍କଟ ଚଳିତମାସ ଶେଷ ସୁଦ୍ଧା ଦକ୍ଷିଣ ଭାଗରେ ଦୀର ଅଲ-ବଲାହ ଏବଂ ଖାନ୍‌ ୟୁନିସ୍‌ ଭଳି ସହର ପର୍ଯ୍ୟନ୍ତ ବ୍ୟାପିପାରେ । ଇସ୍ରାଏଲ ଗାଜା ପଟିରେ ଖାଦ୍ୟ ଏବଂ ଅନ୍ୟ ମାନବୀୟ ସହାୟତା ଯୋଗାଣରେ ବାଧା ସୃଷ୍ଟି କରିବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପାଲେଷ୍ଟିନୀୟ ବିଶେଷକରି ଶିଶୁ ଭୋକରେ ଆଉଟୁପାଉଟୁ ହେଉଛନ୍ତି ବୋଲି ପୂର୍ବରୁ ମାନବାଧିକାର   ସଙ୍ଗଠନ ପକ୍ଷରୁ କୁହାଯାଇଥିଲା । ତେବେ ଇସ୍ରାଏଲ ରୋମରେ ଥିବା ଆଇପିସି ପ୍ୟାନେଲର ଏହି ରିପୋର୍ଟକୁ ଖାରଜ କରିଛି । ହମାସ୍‌ ଏଭଳି ସଙ୍ଗଠନ ମାଧ୍ୟମରେ ନିଜ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ବିଶ୍ୱକୁ ମିଥ୍ୟା ଚିତ୍ର ଦେଖାଉଛି ବୋଲି ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ଜାତିସଂଘର ଏଭଳି ପଦକ୍ଷେପ ଦ୍ୱାରା ହମାସ୍‌ ସହ ଯୁଦ୍ଧବିରତି ଲାଗି ଇସ୍ରାଏଲ ଉପରେ ଚାପ ବଢ଼ିପାରେ। ହମାସ ନିୟନ୍ତ୍ରଣରେ ଥିବା ଗାଜାର ଅନ୍ୟ ସହରଗୁଡ଼ିକୁ କବ୍‌ଜା କରିବା ଲାଗି ଇସ୍ରାଏଲ ଯୋଜନା କରୁଥିବା ବେଳେ ବିଶେଷଜ୍ଞମାନେ ବ୍ୟାପକ କ୍ଷୁଧାମୃତ୍ୟୁର ଆଶଙ୍କା ବ୍ୟକ୍ତ କରିଛନ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.