ନୂଆଦିଲ୍ଲୀ ୩୦/୦୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି । ୧୮ ଜଣିଆ ଦଳରେ କିନ୍ତୁ ଭଲ ଫର୍ମରେ ଥିବା ଶ୍ରେୟାସ ଆୟରଙ୍କୁ ସାମିଲ କରାଯାଇ ନାହିଁ । ଯାହାକୁ ନେଇ କ୍ରିକେଟ୍ପ୍ରେମୀ ଆଦୌ ଖୁସି ନୁହଁନ୍ତି । ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଏନେଇ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି, ‘ଦଳ ଚୟନ ଚୟନକର୍ତ୍ତାଙ୍କ ଦାୟିତ୍ୱ । ମୁଁ ଚୟନକର୍ତ୍ତା ନୁହେଁ ।
ଏଭଳି ଉତ୍ତର ଦେଇ ସେ ଏତେ ବଡ଼ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ଏବଂ ୱିକେଟ୍ କିପର ରିଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଶ୍ରେୟାସ ଆୟର ଘରୋଇ କ୍ରିକେଟ୍, ଦିନିକିଆ ଏବଂ ଆଇପିଏଲରେ ଭଲ ଫର୍ମରେ ରହିଥିଲେ ବି ତାଙ୍କୁ ଚୟନକର୍ତ୍ତା ଦଳରେ ସାମିଲ କଲେ ନାହିଁ ।
ଜାତୀୟ ଚୟନ କମିଟିର ମୁଖ୍ୟ ଅଜିତ ଅଗରକର କହିଥିଲେ ଦଳରେ ଆୟରଙ୍କ ସ୍ଥାନ ନାହିଁ । ଦୀର୍ଘ ୮ ବର୍ଷ ପରେ କରୁଣ ନାଏର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ଆୟର ଚମତ୍କାର ଫର୍ମରେ ରହିଥିଲେ ବି ତାଙ୍କୁ ସୁଯୋଗ ଦିଆଗଲା ନାହିଁ ।