ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ୬ ଓ ୭ ନମ୍ବର ଗେଟ୍

Published By : Prameya-News7 Bureau | July 03, 2025 IST

ଲମତାପୁଟ ୩।୭: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଛି ।କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ୬ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । 

ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ପ୍ରକଳ୍ପ ଡି. ଡ୍ୟାମ୍ ବିପଦ ସଂକେତ ଛୁଇଁଛି । ଫଳରେ ଡ୍ୟାମ୍‌ର ୬ ଓ ୭ ନମ୍ବର ଗେଟ୍ ଖୋଲାଯାଇଛି । ଏହି ଦୁଇଟି ଗେଟ୍‌ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ଆରମ୍ଭ ହୋଇଛି l

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ଡ୍ୟାମ୍‌ର ଜଳଧାରଣ କ୍ଷମତା ୨୫୯୦ଫୁଟ ରହିଥିବା ବେଳେ ଡ୍ୟାମ୍‌ରେ ଜଳସ୍ତର ୨୫୮୮ ଫୁଟକୁ ଛୁଇଁଛି l ବର୍ତ୍ତମାନ ୬ ଓ ୭ ନମ୍ବର ଗେଟ୍ ମାଧ୍ୟମରେ ୧ ହଜାର କ୍ୟୁସେକ୍ ପାଣି ଉଭୟ ଗେଟ୍ ଦେଇ ନିଷ୍କାସିତ କରାଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡାଯାଉଛି l ଏଭଳି ଲଗାଣ ବର୍ଷା ଲାଗି ରହିଲେ ଅନ୍ୟ ଗେଟ୍‌ ଗୁଡିକ  ଖୋଲିବା ନେଇ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ୍ , ଜଣେ ଯବାନ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.