କେଶ ସମସ୍ୟାକୁ ଏଡାଇବ ରସୁଣ ରସ, ଜାଣନ୍ତୁ କଣ କଣ ମିଳିବ ଫାଇଦା…

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫।୦୪: ପୁରୁଷ ହୁଅନ୍ତୁ କିମ୍ବା ମହିଳା । ସମସ୍ତେ କେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଅନେକ ବିଭିନ୍ନ ଉପାୟ ଆପଣାଉଛନ୍ତି । କିନ୍ତୁ ଜାଣନ୍ତି କି ପ୍ରାକୃତିକ ଉପାୟରେ ଚୁଟି ବୃଦ୍ଧି କରିପାରିବେ । କେମିତି କରିବେ ଆସନ୍ତୁ ଜାଣିବା… 

ଘରୋଇ ଉପାୟରେ କେଶର ଯତ୍ନ ନେବାକୁ ଚାହୁଁଥିଲେ ରସୁଣ ସାହାଯ୍ୟରେ ନେଇପାରିବେ । ଏଥିରୁ ଅନେକ ଲାଭ ମିଳିପାରିବ। ରସୁଣରେ ଭିଟାମିନ୍ ବି, ଭିଟାମିନ୍ ସି, ସେଲେନିୟମ୍ ଏବଂ ମାଙ୍ଗାନିଜ୍ ପରି ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ରହିଥାଏ, ଯାହା ଚୁଟିକୁ ଲମ୍ବା, ମୋଟା ଏବଂ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ।

କେଶରେ ରସୁଣ ରସ ଲଗାଇବା ଦ୍ବାରା ମଜବୁତ ଏବଂ ନମନୀୟ କରିଥାଏ । ରସୁଣ ରସରେ ସେଲେନିୟମ୍ ଏବଂ ସଲଫର୍ ମିଳିଥାଏ ଯାହା କେଶର ଶକ୍ତିକୁ ବଢାଏ। ଏହା ଅତ୍ୟଧିକ କେଶ ଝଡିବାରୁ ମୁକ୍ତି ଦିଏ। 

ଏମିତିକି ରସୁଣ ରସ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ମଧ୍ୟ ଦୂର ହୁଏ । ଏହାକୁ ନିୟମିତ କେଶରେ ଲଗାଇବା ଦ୍ୱାରା ରୂପି ଦୂର ହେବା ସହ ଖପୁରୀ କୁଣ୍ଡେଇ ହେବା ମଧ୍ୟ ବନ୍ଦ ହୁଏ।

ରସୁଣରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଯାହା କେଶକୁ ଲମ୍ୱା କରିବାରେ ସାହାଯ୍ୟ କରେ । ରସୁଣ ରସ କେଶରେ ଲଗାଇବା ଦ୍ୱାରା ଦ୍ରୁତ ଗତିରେ କେଶ ବଢେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.