ବ୍ରହ୍ମପୁର: ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରାଯାଇଛି।। ମୋହନା ଅଞ୍ଚଳରୁ ପାର୍ସଲ ମାଧ୍ୟମରେ ଦିଲ୍ଲୀ ଚାଲାଣ କରାଯାଇଥିଲା। କୃଷ୍ଣ ନଗର ଅଞ୍ଚଳର ଏକ କୋରିୟର କେନ୍ଦ୍ରରୁ ପାର୍ସଲ ପଠାଇବା ବେଳେ କୋରିୟର କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ।
ଅଧିକ ଓଜନ ହେବାରୁ ସନ୍ଦେହରେ ପାର୍ସଲ କମ୍ପାନୀ ପ୍ୟାକେଟ ଖୋଲିବାରୁ ଗଞ୍ଜେଇ ବାହାରିଥିଲା। ୩ ପ୍ୟାକେଟରୁ ମୋଟ ୪୮ କିଲୋ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ପୁଲିସ ଅଧିକ ତଦନ୍ତ କରି ଖୋଳତାଡ଼ ଚଳାଇଛି।